ବୌଦ୍ଧ ଜିଲ୍ଲାର କନ୍ଧ ସମ୍ପ୍ରଦାୟର ଢଗଢମାଳି : ଏକ ଅନୁଶୀଳନ

Main Article Content

ହୃଷିକେଶ କହଁର
ଡଃ ରଶ୍ମୀତା ତ୍ରିପାଠୀ

Abstract

ବୌଦ୍ଧ ଜିଲ୍ଲା, ଦକ୍ଷିଣ - ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ପୂର୍ବ ଭାରତର ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର "ବଉଦ" ନାମରେ ପରିଚିତ । ବୌଦ୍ଧର ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା , ଦକ୍ଷିଣରେ କନ୍ଧମାଳ ଜିଲ୍ଲା , ପୂର୍ବରେ ନୟାଗଡ ଜିଲ୍ଲା ଓ ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି । ବୌଦ୍ଧ ଜିଲ୍ଲାରେ ବସବାସ କରୁଥିବା କନ୍ଧ ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲ ପାଖ ପରିବେଶ ମଧ୍ୟରେ ରହିବାକୁ ଅଧିକ ଭଲ ପାଆନ୍ତି। ଏମାନେ ସବୁବେଳେ ପ୍ରକୃତିକୁ ହିଁ ପୂଜା କରନ୍ତି । ବିଶେଷ କରି ଏହି ସଂପ୍ରଦାୟର ବ୍ୟକ୍ତିମାନେ ଢଗଢମାଳି ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଯେଉଁଗୁଡିକ ବର୍ତ୍ତମାନ ପରିପ୍ରେକ୍ଷିରେ ଲିଭି ଲିଭି ଯାଉଛି । ଢଗଢମାଳି ଗୁଡିକ ପ୍ରାୟତଃ ସମ୍ବଲପୁରୀ ଭାଷା ମଧ୍ୟ ବ୍ୟବହାର କରିଥାନ୍ତି ।

Article Details

How to Cite
କହଁର ହ., & ତ୍ରିପାଠୀ ଡ. ର. (2023). ବୌଦ୍ଧ ଜିଲ୍ଲାର କନ୍ଧ ସମ୍ପ୍ରଦାୟର ଢଗଢମାଳି : ଏକ ଅନୁଶୀଳନ . କଳିଙ୍ଗ କୃତି (Kalinga Kruti) (KK), 2(2). Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/197
Section
Articles