କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଲୋକଗୀତ ଡୁଡୁଙ୍ଗା : ଏକ ଆଲୋଚନା
Main Article Content
Abstract
ବାସ୍ତବରେ କନ୍ଧସମ୍ପ୍ରଦାୟ ହେଉଛି ଓଡ଼ିଶାର ସର୍ବ ବୃହତ ଆଦିମ ଜନଜାତି ଏବଂ କୁଇ ବା କୁଭି ହେଉଛି ଏହି ମାନଙ୍କର ମୌଖିକ ଭାଷା । ବସ୍ତୁତଃ ଏହି କୁଇ ଭାଷା ଦ୍ରାବିଡ଼ ଭାଷା ଗୋଷ୍ଟିରୁ ନିସୃତ ହୋଇଛି । ଏହି ମାନେ ସରଳ, ସାବଲୀଳ ଓ ଚଳଚଞ୍ଚଳ ଆଦିମ କନ୍ଧ ଜନଜାତି ନାନା ଘାତପ୍ରତିଘାତର ସମ୍ମୁଖୀନ ମଧ୍ୟ ପ୍ରଚଳିତ ପାରମ୍ପରିକ ପର୍ବ ପର୍ବାଣୀ ପାଳନ କ୍ଷେତ୍ରରେ ଏହି କଥିତ ଭାଷା ଦ୍ୱାରା ନିଜ ହୃଦୟର ଗଭୀରତା ପ୍ରଦେଶରୁ ଯେଉଁ ଭାବବୋଧ ନିସୃତ ହୁଏ ତାହାରି ମଧ୍ୟରୁ ଅନେକ ଗୀତ, ଗପ, ଢଗଢମାଳି, ଝଙ୍କୁରୀତ ହୋଇ ନିଜର ସମାଜ ଓ କନ୍ଧ ଜନଜାତି ଆନନ୍ଦରେ ଉଦବେଳିତ ହୋଇ ଉଠନ୍ତି । ତେଣୁ କନ୍ଧ ଆଦିବାସୀ ମାନଙ୍କର ନୀତିଦିନିଆ ଜୀବନ ଚର୍ଯ୍ୟାଭିତରେ ନୃତ୍ୟ, ଗୀତ, ସଙ୍ଗୀତ, ତ୍ରିବେଣୀ ସଙ୍ଗମ କେଉଁ ଅନନ୍ତ କାଳରୁ ସାମ୍ପ୍ରତିକ ପର୍ଯ୍ୟନ୍ତ ସେମାନଙ୍କ ସହ ଓତପ୍ରୋତ ଭାବେ ଜଡିତ ।
କନ୍ଧ ଆଦିବାସୀ କର୍ମଠ, ଚଳଚଞ୍ଚଳ ଓ ଦୃପ୍ତଦାମିନୀ ପରି ଦର୍ଶନୀୟ । ଠିକ ସେହିପରି ଏହି ସମ୍ପ୍ରଦାୟର ଜନସମୂହ ପ୍ରୀତିଗୀତ ଆଳପନାରେ ଦେହ ମନ ଆଦିମ ତାଡ଼ନାରେ ନିଜକୁ ଅନ୍ୟଠାରେ ସ୍ୱୀକାର କରିବା ସହିତ ଗୀତ ମାଧ୍ୟମରେ ତାଳେ ତାଳେ ସେମାନେ ଆନନ୍ଦ ବିଭୋର ହୋଇ ଉଠନ୍ତି । ଏହି କଥିତ ଭାଷା ଦ୍ୱାରା ପର୍ବ ପର୍ବାଣୀ ପାଳନ ହେଉଥିବା ସମୟରେ ହୃଦୟରୁ ଗଭୀରତମ ତନ୍ତିରୁ ଝରି ଆସେ ଅନେକ ଗୀତ, ଗପ, ଢଗଢମାଳି, ଏହିମାନଙ୍କ ସମାଜ ସହ ଯୋଡିତ ହୋଇ ରହିଛି । କନ୍ଧ ଆଦିବାସୀଙ୍କ ଜୀବନଚର୍ଯ୍ୟା ସଙ୍ଗୀତର ବହୁତ ନିବିଡ ।
ସାଧାରଣତଃ ପର୍ବ ପର୍ବାଣୀ ହେଉ କି ଅନ୍ୟ କେଉଁ ଆଦିବାସୀ ପାରମ୍ପାରିକ ଲୋକ କାର୍ଯ୍ୟରେ ଲୋକ ଭାଷାର ବ୍ୟବହାର ହୋଇଥାଏ । ହୃଦୟରୁ ଗଭୀରତମ ତନ୍ତିରୁ କେତେ ଗୀତ, ଗପ, କାହାଣୀ ପରିମାର୍ଜିତ ଚେତନା ଦ୍ୱାରା ଝରି ଆସେ । କନ୍ଧ ଆଦିବାସୀମାନେ ହୃଦୟର ତାଳ, ଲୟ ଓ ପାରମ୍ପାରିକ ଭାବଧାରାକୁ ଛାଡି ପାରିନାହାନ୍ତି । ସାମାଜିକ ଗୀତ ହେଉ ବା ପର୍ବ ପର୍ବାଣୀ ଗୀତ ସବୁଥିରେ ଦେଖିବାକୁ ମିଳେ ସାମାଜିକ ନୀତି ଓ ଆଦର୍ଶ । ସର୍ବଦା ସାଧାରଣତଃ ଅଣଆଦିବାସୀ ସମାଜରେ ଯେପରି ସଂସ୍କୃତି ଓ ପରମ୍ପରା ରହିଛି, ଠିକ ସେହିପରି କନ୍ଧ ସମ୍ପ୍ରଦାୟର ପରମ୍ପରାରେ ପାରମ୍ପରିକ ଲୋକଗୀତ ବହୁତ ଦୃଶ୍ୟମାନ ହୁଏ। ସାଧାରଣତଃ 'ଡୁଡୁଙ୍ଗା' (କୁଇ ଭାଷାରେ ଡୁଡୁନି) କହିଲେ କନ୍ଧ ଆଦିବାସୀ ସମ୍ପ୍ରଦାୟର ଯୁବକଯୁବତୀ ମାନେ ତାଙ୍କର ପର୍ବ ପର୍ବାଣୀ ହେଉଥିବା ସମୟରେ ଧଙ୍ଗଡାଧଙ୍ଗଡି ବସାରେ ଉଭୟ ଆଦିବାସୀ ଯୁବକଯୁବତୀ(ଧଙ୍ଗଡାଧଙ୍ଗଡି) ଏକତ୍ରିତ ହୋଇ ରାତ୍ରି ସମୟରେ ଆୟୋଜିତ କରୁଥିବା ପ୍ରତିଯୋଗିତା ମୂଳକ ଗୀତକୁ 'ଡୁଡୁଙ୍ଗା' ବୋଲି କୁହାଯାଏ। ଏହି ଡୁଡୁଙ୍ଗା ଗୀତରେ ଉଭୟ କନ୍ଧ ଆଦିବାସୀ ଯୁବକ ଯୁବତୀ ମାନେ ଅନ୍ୟ ଗାଁରୁ ଆସିଥିବା କନ୍ଧ ଯୁବକ ମାନଙ୍କ ସହ ଏକ ପ୍ରତିଯୋଗିତା ମୂଳକ ଗୀତ ପରିବେଷଣ କରିଥାନ୍ତି । ଏଥିରେ ସୁମଧୁର ପ୍ରେମମୂଳକ, ପାରମ୍ପରିକ, ସାମାଜିକ ଓ କିନ୍ଦ୍ରିଗୀତ ଇତ୍ୟାଦି ପରିବେଷଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ 'ଡୁଡୁଙ୍ଗା' ଗୀତର ଏକ ବିହୋଙ୍ଗାବଲୋକନ କରାଯାଇପାରେ । ଡୁଡୁଙ୍ଗା ପ୍ରାଚୀନ କାଳରୁ ହିଁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ କାମ ନେଇ ପରିଚିତ ହୋଇଛି । ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟର ଅନେକ ଆଦିବାସୀ ଜନସମୂହ ଦେଶିଆ ମୌଖିକ ଭାଷାରେ ହିଁ ପ୍ରାୟତଃ କଥାବାର୍ତ୍ତା ହୁଅନ୍ତି, ତେଣୁ ତାଙ୍କର କଥିତ ଭାଷା ଅନୁଯାଇ ସେମାନେ ଡୁଙ୍ଗୁଡୁଙ୍ଗ, ଡୁଣ୍ଡକା ଓ ଡୁଡୁଙ୍ଗା ବୋଲି ହିଁ କହିଥାନ୍ତି, କିନ୍ତୁ କୋରାପୁଟର କନ୍ଧ ସମ୍ପ୍ରଦାୟର ଲୋକମାନେ ତାଙ୍କର ମୌଖିକ କୁୱାଇ ଭାଷାରେ ଏହାକୁ ଡୁଡୁଣୀ ବୋଲି କହିଥାନ୍ତି ।