କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti
Editor in Chief: Prof(Dr.) Sasmita Rani Samanta | ISSN (Online): 2583 - 0872

କଳିଙ୍ଗ କୃତି ହେଉଛି ଏକ ଖୋଲା ସାଥି ଯାହା ଓଡ଼ିଆ ସାହିତ୍ୟର ଶୃଙ୍ଖଳାରେ ପ୍ରଥମ ଥର ପାଇଁ World Leadership Academy ଦ୍ୱାରା ସମୀକ୍ଷା କରାଯାଇଥିବା ଅନୁସନ୍ଧାନ ପତ୍ରିକା ଅଟେ | ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ବ୍ୟାପକ କ୍ଷେତ୍ରରେ ପ୍ରକୃତ ଅନୁସନ୍ଧାନ ମାଧ୍ୟମ | ଏହି ପତ୍ରିକାଟି ସମସ୍ତ ଶିକ୍ଷ୍ୟାବିତ, ବୃତ୍ତିଗତ, ଅଭ୍ୟାସକାରୀ ଏବଂ ଛାତ୍ରମାନଙ୍କ ପାଇଁ ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ବ୍ୟାପକ କ୍ଷେତ୍ରରେ ପ୍ରକୃତ ଅନୁସନ୍ଧାନ ମାଧ୍ୟମରେ ଜ୍ଞାନ ବାଣ୍ଟିବା ପାଇଁ ଉଦ୍ଧିଷ୍ଟ | (Kalinga Kruti is an open access peer reviewed referred research journal in the discipline of Odia literature for the very first time by World Leadership Academy. The journal is intended to provide a platform for the researchers, academicians, professionals, practitioners and students to impart and share knowledge through genuine researches in the broader field of Odia literature and culture.)
en-US Wed, 13 Sep 2023 08:54:07 +0000 OJS 3.3.0.11 http://blogs.law.harvard.edu/tech/rss 60 ସାନ୍ତାଳ ଜୀବନ ଜୀବିକାର ଚିତ୍ର: ଏକ ଅନୁଶୀଳନ http://www.worldleadershipacademy.live/WLAJournals/List/index.php/KalingaKruti/article/view/194
ଆଦିବାସୀ ଜନଜାତି ସାନ୍ତାଳମାନେ , କିମ୍ବଦନ୍ତୀ ଓ ଲୋକକଥାନୁସାରେ ପ୍ରଥମେ ପିଲଚୁ ହାଳାମ  ଓ ପିଲଚୁ ବୁଢ଼ୀଙ୍କ ଔରସରୁ ଜାତ ହୋଇଥିଲେ । ତାଙ୍କର ଜନ୍ମସ୍ଥାନ ହେଉଛି 'ହିହିଳି, ପିପିଳି' । 'ହାରାତା' ନାମକ ସ୍ଥାନରେ ତାଙ୍କର ସଂଖ୍ୟାବୃଦ୍ଧି ହୋଇଥିଲା ଏବଂ ପରେ 'ସାସଂବେଡା' ରେ ସାନ୍ତାଳ ଆଦିବାସୀ ଜନଜାତି ସମ୍ପ୍ରଦାୟର ଲୋକମାନେ , ନିଜକୁ ପ୍ରତିଷ୍ଠା କଲେ । ' ଆହିନଦୁଆର ' ଓ " ବାହିନଦୁଆର " ପଥକୁ ଅତିକ୍ରମ କରି ଶେଷରେ "ଚାଇ ଓ ଚାମ୍ପା " ନାମକ ସ୍ଥାନରେ ପହଂଚି , ସେଠାରେ '' ଚାଇଗାଳ ଓ ଚାମ୍ପାଗାଳ'' ଭାବରେ ନାମିତ କରି ଦୁଇଟି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । 'ଚାଇଗାଳ' ଅପେକ୍ଷା 'ଚାମ୍ପାଗାଳ' ରାଜ୍ୟଟି ଅଧିକ ସମୃଦ୍ଧିଶାଳୀ ବୋଲି ବହୁ ପୁସ୍ତକ , କିମ୍ବଦନ୍ତୀ ଓ ଲୋକକଥାରୁ ଜଣାପଡେ । ସେଠାର ରାଜାଙ୍କ ଶାସନରେ ପ୍ରଜାମାନେ ଅତ୍ୟନ୍ତ ସୁଖ ଆନନ୍ଦରେ କାଳାତିପାତ କରୁଥିଲେ । ବହୁ ଆଦିମ କାଳରୁ ସେମାନେ ସମାଜରେ ବସବାସ କରୁଥିବାର ପ୍ରମାଣ ମିଳେ । ତାଙ୍କ ଲୋକ ପରମ୍ପରା ଏବେ ମଧ୍ୟ ଉଦଜୀବିତ ହୋଇ ରହିଛି । ଏହି ଜାତି ଏକତାର ପରିଚୟ ପ୍ରଦାନ କରିଥାଏ । ସବୁଜରଙ୍ଗ ସେମାନଙ୍କର ପ୍ରିୟ ରଙ୍ଗ ଅଟେ । ସେମାନେ ଶାନ୍ତ ଓ ସରଳର ପ୍ରତୀକ ଅଟନ୍ତି । ଧନୁସରରୁ ତାଙ୍କର ' ସାରନା ଧର୍ମ ' ସୃଷ୍ଟି ହୋଇଛି ବୋଲି ବିଶ୍ୱାସ କରନ୍ତି । ସେମାନେ ବହୁ ପୁରାତନ ଆଦିମ କାଳରୁ ପ୍ରକୃତିର ଉପାସକ ଅଟନ୍ତି ଓ ସେଥିପାଇଁ ଶାଳଗ୍ରାମ ( ଜ୍ୱାହେର) କୁ ବିଭିନ୍ନ ସମୟରେ ମାଙ୍ଗଳିକ ପୂଜାର୍ଚ୍ଚନା କରିଥାନ୍ତି ।ଏଠାରେ ଶାଳବୃକ୍ଷ ମୂଳେ ' ମାରାଂବୁରୁ ' , ' ଜାହେର ଆୟ ' , 'ମଣେକତୁରୁୟକ' ଓ 'ଲିଟା' ଙ୍କୁ ସ୍ଥାପନ କରି ପୂଜା କରିଥାନ୍ତି । ଏଥିନିମନ୍ତେ ସମସ୍ତେ ଏକାଠି ପ୍ରଥମେ ମିଳିତ ହୋଇ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପତି ନେଇଥାନ୍ତି । ନାରୀ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି । ସେଥିପାଇଁ ସାନ୍ତାଳ ସମାଜରେ ନାରୀର ସ୍ଥାନ ଶ୍ରେଷ୍ଠ ହେବା ସହିତ ଭୂମିକା ଅଗ୍ରଣୀ ଅଟେ । ସେମାନେ ସ୍ୱଛତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଦିନ ପ୍ରଭାତ ସମୟରେ ସେଥିପାଇଁ ନାରୀମାନେ ଘର ଭିତର , ବାହାରେ ଗୋବରରେ ଲିପାପୋଛା କରି ପରିଷ୍କାର କରନ୍ତି । ସେମାନେ 'ସାନ୍ତାଳ' ଭାଷାରେ କଥାବାର୍ତା ହୋଇଥାନ୍ତି ଏବଂ 'ଅଲଚିକି' ତାଙ୍କର ଲିପି ଅଟେ । ଏହାର ଜନକ ହେଉଛନ୍ତି ; 'ଗୁରୁଗମକେ ପଣ୍ଡିତ ରଘୁନାଥ ମୁର୍ମୁ' । ତରୁଣ ତରୁଣୀମାନେ ତାଙ୍କ ସମାଜରେ ମୁକ୍ତ ବିହଙ୍ଗ ସଦୃଶ ଅଟନ୍ତି । ବିଭିନ୍ନ ବିବାହ ପାରମ୍ପରିକ ଉତ୍ସବରେ ବାଦ୍ୟର ତାଳେ ତାଳେ ନୃତ୍ୟଗୀତର ଆସର ଜମେଇ ଥାନ୍ତି  । ତାଙ୍କ ସମାଜରେ ଉଚ୍ଚାଵାଚ , କଳହ , ମାରପିଟ କୁ ପ୍ରଶୟ ଦିଆଯାଏ ନାହିଁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି । ଯଦି ଏହାକୁ କିଏ ଅମାନ୍ୟ କଲା , ତା' ସ୍ୱତନ୍ତ୍ର ଦଣ୍ଡ ବିଧାନର ବ୍ୟବସ୍ଥା ଲାଗୁ କରାଯାଏ । ସରକାରଙ୍କ ଆଇନ ବ୍ୟବସ୍ଥା ଅନୁସାରେ , ବର୍ତମାନ ଏହା ଏହି ସମାଜରୁ ଧୀରେ ଧୀରେ ଉଚ୍ଛେଦ ହେଉଛି । ତାଙ୍କର ସଂସ୍କୃତି , ପରମ୍ପରା ଉଚ୍ଚକୋଟିର ଅଟେ । ସେମାନେ ବହୁ ସଚେତନ ହୋଇ ବିଭିନ୍ନ କ୍ଷେତ୍ରରେ , ମୂଳ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ଏପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି । କିଛିଟା ଅନ୍ଧବିଶ୍ୱାସ , କୁପ୍ରଥା ଓ କୁସଂସ୍କାରକୁ ଉଚ୍ଛେଦ କରୁଛନ୍ତି । ବିଭିନ୍ନ ଜ୍ଞାନରେ ଜ୍ଞାନୀ ଥାଇ ଆଚାର , ବିଚାର , ବ୍ୟବହାର ଓ ଅତିର୍ଥ୍ୟ ଚର୍ଚ୍ଚା କରିବାରେ ସେମାନେ ବେଶ ପାରଙ୍ଗମ ଅଟନ୍ତି । ବର୍ତମାନ ଏହି ଭାଷାଭାଷୀର ଲୋକମାନଙ୍କର ସ୍ଵାକ୍ଷର ହାର ବହୁତ ବଢ଼ିଗଲାଣି । ନିଜର ଲିପିକୁ ପ୍ରଚାର ପ୍ରସାର କରିବା ପାଇଁ ବହୁତ ଉଦ୍ୟମ କରି ସଫଳ ମଧ୍ୟ ହେଲେଣି । ଭାରତ ସମ୍ବିଧାନରେ ସାନ୍ତାଳ ଭାଷାକୁ ସ୍ୱତନ୍ତ୍ର ଭାବରେ ସ୍ୱୀକୃତି ମିଳିଛି । ଓଡିଶା ରାଜ୍ୟସଭାରେ ସାନ୍ତାଳ ଭାଷାର ମାନ୍ୟତା ରହିଛି । ଏମାନେ ଏହି ଭାଷାରେ ରାଜ୍ୟ ସଭାରେ ଉପସ୍ଥାପନା କରିପାରିବେ । ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ଏମାନେ ବସବାସ କରନ୍ତି । ବିହାର , ଆସାମ , ଓଡିଶା , ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ , ମଣିପୁର , ଛତିଶଗଡ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର , ମିଜୋରାମ , କେରଳ , କର୍ଣ୍ଣାଟକ , ତ୍ରିପୁରା ଆଦି ରାଜ୍ୟରେ ବହୁଳ ଭାବେ ବସବାସ କରନ୍ତି  । ଓଡ଼ିଶାର ମୟୁରଭଞ୍ଜ , କେଉଁଝର , ଢେଙ୍କାନାଳ , ଯାଜପୁର , ବାଲେଶ୍ୱର ବ୍ୟତୀତ ବଙ୍ଗଳାଦେଶ , ଭୁଟାନ , ନେପାଳ ଆଦି ଅନ୍ୟାନ୍ୟ ଦେଶରେ ବସବାସ କରୁଛନ୍ତି  । ବର୍ତମାନ ସାନ୍ତାଳୀ ଭାଷାରେ ପ୍ରଥମରୁ ଉଚ୍ଚାଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ ମାନଙ୍କରେ ସ୍ଥାନିତ ହେଲାଣି ।
ନିବେଦିତା ମହାନ୍ତି, ସସ୍ମିତା ମୁର୍ମୁ Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/194 Wed, 13 Sep 2023 00:00:00 +0000 ମୟୂରଭଂଜର ସାନ୍ତାଳ ଜନଜାତି ପର୍ବପର୍ବାଣି-ଏକ ସାହିତ୍ୟିକ ମୂଲ୍ୟବୋଧ http://www.worldleadershipacademy.live/WLAJournals/List/index.php/KalingaKruti/article/view/195
ଆମ ଓଡିଶା ହେଉଛି ଭାରତ ବର୍ଷର ଦ୍ଵିତୀୟ ଆଦିବାସୀ ଜନବହୁଳ ରାଜ୍ୟ । ଏଥିରେ ପ୍ରାୟ ୬୨ ପ୍ରକାର ଆଦିବାସୀ ଜନଜାତି ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ସାନ୍ତାଳ ଜନଜାତି ଅନ୍ୟତମ । ଆଦିବାସୀମାନେ ମୁଖ୍ୟତଃ କଳାପ୍ରେମୀ । ଏମାନେ ପ୍ରକୃତି କୋଳରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ପ୍ରକୃତି କୋଳରେ ବଢି଼ଥାନ୍ତି । ତାଙ୍କର କଳାତ୍ମକ ରୁଚିର ତୁଳନା ନାହିଁ । ମହାଆନନ୍ଦରେ ଏମାନେ ଜୀବନକୁ ଅତିବାହିତ କରିଥାନ୍ତି । ଆଦିବାସୀ ଜନଜାତି ମାନଙ୍କର ପର୍ବପର୍ବାଣି ଗୁଡିକ ପ୍ରାୟତଃ କୃଷିଭିତ୍ତିକ ଓ ଜୀବନ ଜୀବିକା ଉପରେ ଆଧାରିତ । ଏମାନେ ବିଭିନ୍ନ ମାସରେ ବିଭିନ୍ନ ପ୍ରକାର ପର୍ବ ପାଳନ କରିଥାନ୍ତି । ମୟୂରଭଂଜ , ବାଲେଶ୍ୱର , କେଉଁଝର ଆଦି ଜିଲ୍ଲା ମାନଙ୍କରେ ମୁଖ୍ୟତଃ ସାନ୍ତାଳ ଜନଜାତି ବାସ କରନ୍ତି । ଏତବ୍ୟତୀତ ସାରା ଓଡିଶା ପ୍ରଦେଶର ବିଭିନ୍ନ ସ୍ଥାନରେ ବସବାସ କରିଥାନ୍ତି । ମୟୂରଭଂଜରେ ପ୍ରାୟ ୭୫% ରୁ ଅଧିକ ଜନଜାତି ହେଉଛନ୍ତି ସାନ୍ତାଳ । ଏମାନେ ଜୀବିକା ଅନ୍ୱେଷଣ କରିବାପାଇଁ ବିଭିନ୍ନ ଶିଳ୍ପାଞ୍ଚଳ ମାନଙ୍କରେ ବସବାସ କରିଥାନ୍ତି । ତାଙ୍କ ଜୀବନଚର୍ଯ୍ୟା ଅତି ସରଳ । କୃଷିକୁ ସେମାନେ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରିଥାନ୍ତି । ସେମାନଙ୍କର ସଂସ୍କୃତି , ରୀତିନୀତି , ପରମ୍ପରା ଓ ଚାଲିଚଳଣି ଅତିନିଆରା । ସାନ୍ତାଳ ଜନଜାତି , ପର୍ବପର୍ବାଣିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।
ନିବେଦିତା ମହାନ୍ତି, ମମତା ହେମ୍ବ୍ରମ Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/195 Wed, 13 Sep 2023 00:00:00 +0000 ସ୍ୱରବିଜ୍ଞାନ ଓ ବିନା ଔଷଧରେ ରୋଗ ଚିକିତ୍ସା http://www.worldleadershipacademy.live/WLAJournals/List/index.php/KalingaKruti/article/view/196
" ଶରୀରମାଦ୍ୟo ଖଳୁ ଧର୍ମସାଧନମ " ଏହି ଉକ୍ତିଟି କେଉଁ ଆଦିମ କାଳରୁ ଶାସ୍ତ୍ରରେ ଲିପିବଦ୍ଧ ।  ବାସ୍ତବିକ ମନୁଷ୍ୟ ଯୁଗେ ଯୁଗେ ନିଜ ଶରୀରର ସୁସ୍ଥତା ପାଇଁ ଶତ ଚେଷ୍ଟିତ । ସେଥିପାଇଁ ହିଁ ଚରକ ଓ ସୁଶୃତଙ୍କ  ପରି ମହାମନୀଷିଗଣ ନିଜର ସାରା ଜୀବନ ବିନିଯୋଗ କରି ଯାଇଛନ୍ତି । ଶାରୀରିକ , ମାନସିକ , ସାମାଜିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଯେଉଁ ବ୍ୟକ୍ତି ସୁସ୍ଥ , ସେ ହିଁ ପ୍ରକୃତ ସୁସ୍ଥ ବ୍ୟକ୍ତି ଭାବରେ ପରିଗଣିତ । ବର୍ତ୍ତମାନର ଆଧୁନିକ ଯନ୍ତ୍ରଚାଳିତ ମନୁଷ୍ୟ ପାଖରେ ସମସ୍ତ ଐଶ୍ୱର୍ଯ୍ୟ ଥାଇ ମଧ୍ୟ ସେ ସୁଖପ୍ରାପ୍ତ ହୋଇପାରୁନାହିଁ  । କାରଣ ବିଶୃଙ୍ଖଳିତ ଜୀବନଚର୍ଯ୍ୟା ଆଧୁନିକ ମାନବ ସମାଜକୁ ବ୍ୟାଧିଗ୍ରସ୍ତ କରିଛି । ଏହି ବ୍ୟାଧିରୁ ମୁକ୍ତ ହେବାପାଇଁ ପୁଣି ମନୁଷ୍ୟ ଆଧୁନିକ ଚିକିତ୍ସା ବିଜ୍ଞାନକୁ ଅନୁଧବନ କରୁଛି । ଅନେକ ଅର୍ଥ ବ୍ୟୟ କରି ଔଷଧ ସେବନ କରୁଛି । କେତେକ କ୍ଷେତ୍ରରେ ରୋଗରୁ ଉପଶମ ମିଳୁଛି ତ ଆଉ କେତେକ କ୍ଷେତ୍ରରେ ଗୋଟିଏ ରୋଗ ଭଲ ହୋଇ ଆଉ ଗୋଟିଏ ନୂତନ ବ୍ୟାଧି ସୃଷ୍ଟି ହେଉଛି । ଆଧୁନିକ ମଣିଷ ଯଦି ଟିକେ ପଛକୁ ଫେରି ଆମର ମହାଭାରତୀୟ ମହାନ ସଂସ୍କୃତିକୁ ପର୍ଯ୍ୟାଲୋଚନା କରନ୍ତା , ତେବେ ଜାଣିପାରନ୍ତା ' ସୁସ୍ଥତାର ମନ୍ତ୍ର ' , ଜାଣିପାରନ୍ତା  ପୂର୍ବେ ମୁନିଋଷିମାନେ ବିନା ଔଷଧରେ କିପରି ନିଃଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ରୋଗମୁକ୍ତ ହେଉଥିଲେ । ଏହି ଅଲୌକିକ ଚିକିତ୍ସାର ନାମ ' ସ୍ୱରବିଜ୍ଞାନ ' ।
ତୃପ୍ତି ମିଶ୍ର Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/196 Wed, 13 Sep 2023 00:00:00 +0000 ବୌଦ୍ଧ ଜିଲ୍ଲାର କନ୍ଧ ସମ୍ପ୍ରଦାୟର ଢଗଢମାଳି : ଏକ ଅନୁଶୀଳନ http://www.worldleadershipacademy.live/WLAJournals/List/index.php/KalingaKruti/article/view/197
ବୌଦ୍ଧ ଜିଲ୍ଲା, ଦକ୍ଷିଣ - ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ପୂର୍ବ ଭାରତର ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର "ବଉଦ" ନାମରେ ପରିଚିତ । ବୌଦ୍ଧର ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା , ଦକ୍ଷିଣରେ କନ୍ଧମାଳ ଜିଲ୍ଲା , ପୂର୍ବରେ ନୟାଗଡ ଜିଲ୍ଲା ଓ ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି । ବୌଦ୍ଧ ଜିଲ୍ଲାରେ ବସବାସ କରୁଥିବା କନ୍ଧ ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲ ପାଖ ପରିବେଶ ମଧ୍ୟରେ ରହିବାକୁ ଅଧିକ ଭଲ ପାଆନ୍ତି। ଏମାନେ ସବୁବେଳେ ପ୍ରକୃତିକୁ ହିଁ ପୂଜା କରନ୍ତି । ବିଶେଷ କରି ଏହି ସଂପ୍ରଦାୟର ବ୍ୟକ୍ତିମାନେ ଢଗଢମାଳି ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଯେଉଁଗୁଡିକ ବର୍ତ୍ତମାନ ପରିପ୍ରେକ୍ଷିରେ ଲିଭି ଲିଭି ଯାଉଛି । ଢଗଢମାଳି ଗୁଡିକ ପ୍ରାୟତଃ ସମ୍ବଲପୁରୀ ଭାଷା ମଧ୍ୟ ବ୍ୟବହାର କରିଥାନ୍ତି ।
ହୃଷିକେଶ କହଁର , ଡଃ ରଶ୍ମୀତା ତ୍ରିପାଠୀ Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/197 Wed, 13 Sep 2023 00:00:00 +0000 କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଲୋକଗୀତ ଡୁଡୁଙ୍ଗା : ଏକ ଆଲୋଚନା http://www.worldleadershipacademy.live/WLAJournals/List/index.php/KalingaKruti/article/view/199
ବାସ୍ତବରେ କନ୍ଧସମ୍ପ୍ରଦାୟ ହେଉଛି ଓଡ଼ିଶାର ସର୍ବ ବୃହତ ଆଦିମ ଜନଜାତି ଏବଂ କୁଇ ବା କୁଭି ହେଉଛି ଏହି ମାନଙ୍କର ମୌଖିକ ଭାଷା । ବସ୍ତୁତଃ ଏହି କୁଇ ଭାଷା ଦ୍ରାବିଡ଼ ଭାଷା ଗୋଷ୍ଟିରୁ ନିସୃତ ହୋଇଛି । ଏହି ମାନେ ସରଳ, ସାବଲୀଳ ଓ ଚଳଚଞ୍ଚଳ ଆଦିମ କନ୍ଧ ଜନଜାତି ନାନା ଘାତପ୍ରତିଘାତର ସମ୍ମୁଖୀନ ମଧ୍ୟ ପ୍ରଚଳିତ ପାରମ୍ପରିକ ପର୍ବ ପର୍ବାଣୀ ପାଳନ କ୍ଷେତ୍ରରେ ଏହି କଥିତ ଭାଷା ଦ୍ୱାରା ନିଜ ହୃଦୟର ଗଭୀରତା ପ୍ରଦେଶରୁ ଯେଉଁ ଭାବବୋଧ ନିସୃତ ହୁଏ ତାହାରି ମଧ୍ୟରୁ ଅନେକ ଗୀତ, ଗପ, ଢଗଢମାଳି, ଝଙ୍କୁରୀତ ହୋଇ ନିଜର ସମାଜ ଓ କନ୍ଧ ଜନଜାତି ଆନନ୍ଦରେ ଉଦବେଳିତ ହୋଇ ଉଠନ୍ତି । ତେଣୁ କନ୍ଧ ଆଦିବାସୀ ମାନଙ୍କର ନୀତିଦିନିଆ ଜୀବନ ଚର୍ଯ୍ୟାଭିତରେ ନୃତ୍ୟ, ଗୀତ, ସଙ୍ଗୀତ, ତ୍ରିବେଣୀ ସଙ୍ଗମ କେଉଁ ଅନନ୍ତ କାଳରୁ ସାମ୍ପ୍ରତିକ ପର୍ଯ୍ୟନ୍ତ ସେମାନଙ୍କ ସହ ଓତପ୍ରୋତ ଭାବେ ଜଡିତ ।

କନ୍ଧ ଆଦିବାସୀ କର୍ମଠ, ଚଳଚଞ୍ଚଳ ଓ ଦୃପ୍ତଦାମିନୀ ପରି ଦର୍ଶନୀୟ । ଠିକ ସେହିପରି ଏହି ସମ୍ପ୍ରଦାୟର ଜନସମୂହ ପ୍ରୀତିଗୀତ ଆଳପନାରେ ଦେହ ମନ ଆଦିମ ତାଡ଼ନାରେ ନିଜକୁ ଅନ୍ୟଠାରେ ସ୍ୱୀକାର କରିବା ସହିତ ଗୀତ ମାଧ୍ୟମରେ ତାଳେ ତାଳେ ସେମାନେ ଆନନ୍ଦ ବିଭୋର ହୋଇ ଉଠନ୍ତି । ଏହି କଥିତ ଭାଷା ଦ୍ୱାରା ପର୍ବ ପର୍ବାଣୀ ପାଳନ ହେଉଥିବା ସମୟରେ ହୃଦୟରୁ ଗଭୀରତମ ତନ୍ତିରୁ ଝରି ଆସେ ଅନେକ ଗୀତ, ଗପ, ଢଗଢମାଳି, ଏହିମାନଙ୍କ ସମାଜ ସହ ଯୋଡିତ ହୋଇ ରହିଛି । କନ୍ଧ ଆଦିବାସୀଙ୍କ ଜୀବନଚର୍ଯ୍ୟା ସଙ୍ଗୀତର ବହୁତ ନିବିଡ ।

ସାଧାରଣତଃ ପର୍ବ ପର୍ବାଣୀ ହେଉ କି ଅନ୍ୟ କେଉଁ ଆଦିବାସୀ ପାରମ୍ପାରିକ ଲୋକ କାର୍ଯ୍ୟରେ ଲୋକ ଭାଷାର ବ୍ୟବହାର ହୋଇଥାଏ । ହୃଦୟରୁ ଗଭୀରତମ ତନ୍ତିରୁ କେତେ ଗୀତ, ଗପ, କାହାଣୀ ପରିମାର୍ଜିତ ଚେତନା ଦ୍ୱାରା ଝରି ଆସେ । କନ୍ଧ ଆଦିବାସୀମାନେ ହୃଦୟର ତାଳ, ଲୟ ଓ ପାରମ୍ପାରିକ ଭାବଧାରାକୁ ଛାଡି ପାରିନାହାନ୍ତି । ସାମାଜିକ ଗୀତ ହେଉ ବା ପର୍ବ ପର୍ବାଣୀ ଗୀତ ସବୁଥିରେ ଦେଖିବାକୁ ମିଳେ ସାମାଜିକ ନୀତି ଓ ଆଦର୍ଶ । ସର୍ବଦା ସାଧାରଣତଃ ଅଣଆଦିବାସୀ ସମାଜରେ ଯେପରି ସଂସ୍କୃତି ଓ ପରମ୍ପରା ରହିଛି, ଠିକ ସେହିପରି କନ୍ଧ ସମ୍ପ୍ରଦାୟର ପରମ୍ପରାରେ ପାରମ୍ପରିକ ଲୋକଗୀତ ବହୁତ ଦୃଶ୍ୟମାନ ହୁଏ। ସାଧାରଣତଃ 'ଡୁଡୁଙ୍ଗା' (କୁଇ ଭାଷାରେ ଡୁଡୁନି) କହିଲେ କନ୍ଧ ଆଦିବାସୀ ସମ୍ପ୍ରଦାୟର ଯୁବକଯୁବତୀ ମାନେ ତାଙ୍କର ପର୍ବ ପର୍ବାଣୀ ହେଉଥିବା ସମୟରେ ଧଙ୍ଗଡାଧଙ୍ଗଡି ବସାରେ ଉଭୟ ଆଦିବାସୀ  ଯୁବକଯୁବତୀ(ଧଙ୍ଗଡାଧଙ୍ଗଡି) ଏକତ୍ରିତ ହୋଇ ରାତ୍ରି ସମୟରେ ଆୟୋଜିତ କରୁଥିବା ପ୍ରତିଯୋଗିତା ମୂଳକ ଗୀତକୁ 'ଡୁଡୁଙ୍ଗା' ବୋଲି କୁହାଯାଏ। ଏହି ଡୁଡୁଙ୍ଗା ଗୀତରେ ଉଭୟ କନ୍ଧ ଆଦିବାସୀ ଯୁବକ ଯୁବତୀ ମାନେ ଅନ୍ୟ ଗାଁରୁ ଆସିଥିବା କନ୍ଧ ଯୁବକ ମାନଙ୍କ ସହ ଏକ ପ୍ରତିଯୋଗିତା ମୂଳକ ଗୀତ ପରିବେଷଣ କରିଥାନ୍ତି । ଏଥିରେ ସୁମଧୁର ପ୍ରେମମୂଳକ, ପାରମ୍ପରିକ, ସାମାଜିକ ଓ କିନ୍ଦ୍ରିଗୀତ ଇତ୍ୟାଦି ପରିବେଷଣ କରିଥାନ୍ତି  । ଏହି ପରିପ୍ରେକ୍ଷୀରେ 'ଡୁଡୁଙ୍ଗା' ଗୀତର ଏକ ବିହୋଙ୍ଗାବଲୋକନ କରାଯାଇପାରେ । ଡୁଡୁଙ୍ଗା ପ୍ରାଚୀନ କାଳରୁ ହିଁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ କାମ ନେଇ ପରିଚିତ ହୋଇଛି । ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟର ଅନେକ ଆଦିବାସୀ ଜନସମୂହ ଦେଶିଆ ମୌଖିକ ଭାଷାରେ ହିଁ ପ୍ରାୟତଃ କଥାବାର୍ତ୍ତା ହୁଅନ୍ତି, ତେଣୁ ତାଙ୍କର କଥିତ ଭାଷା ଅନୁଯାଇ ସେମାନେ ଡୁଙ୍ଗୁଡୁଙ୍ଗ, ଡୁଣ୍ଡକା ଓ ଡୁଡୁଙ୍ଗା ବୋଲି ହିଁ କହିଥାନ୍ତି, କିନ୍ତୁ କୋରାପୁଟର କନ୍ଧ ସମ୍ପ୍ରଦାୟର ଲୋକମାନେ ତାଙ୍କର ମୌଖିକ କୁୱାଇ ଭାଷାରେ ଏହାକୁ ଡୁଡୁଣୀ ବୋଲି କହିଥାନ୍ତି ।
ରମେଶ ମାଣ୍ଡିଙ୍ଗା, ଡଃ. ଅମୁଲ୍ୟ ରତ୍ନ ନନ୍ଦ Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/199 Thu, 14 Sep 2023 00:00:00 +0000 କୁଟିଆ କନ୍ଧ ଆଦିବାସୀଙ୍କ ବିବାହ ପରମ୍ପରା : ଏକ ସଂକ୍ଷିପ୍ତ ଅଧ୍ୟୟନ http://www.worldleadershipacademy.live/WLAJournals/List/index.php/KalingaKruti/article/view/200
'କୁଟିଆ କନ୍ଧ' କନ୍ଧ ଜନଜାତି ସଂପ୍ରଦାୟର ଏକ ଅଂଶ ଏମାନେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବେଲଘର ଅଞ୍ଚଳରେ ବସବାସ କରୁଛନ୍ତି ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ, ମଦନପୁର ରାମପୁର ଓ ଥୁଆମୂଳ ରାମପୁର ବ୍ଳକରେ ବସବାସ କରନ୍ତି । ମାଳ ଅଞ୍ଚଳରେ ଜଙ୍ଗଲ ପରିବେଷ୍ଟିତ ଉପତ୍ୟକା ମଧ୍ୟରେ ବାସ କରନ୍ତି ଓ କୁଇ ଭାଷାରେ କଥୋପକଥନ କରିଥାନ୍ତି । ଏଣୁ ଏମାନେ ନିଜକୁ 'କୁଏଞ୍ଜୁ' ବୋଲି ମଧ୍ୟ ପରିଚୟ ଦେଇଥାଆନ୍ତି । ତେବେ ଭାଷା, ଶାରୀରିକ ଗଠନ ଓ ପୂଜାପାର୍ବଣର ପ୍ରଥା ଦୃଷ୍ଟିରୁ ଏମାନେ ସମାନ ଅଟନ୍ତି । କେତେକାଂଶରେ ଏହାର ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳେ । କୁଟିଆକନ୍ଧମାନେ ଖୁବ ସରଳ କିନ୍ତୁ ଜିଦରେ ଅଟଳ ରହିଥାନ୍ତି । ପ୍ରଥମ ପର୍ଯ୍ୟାୟରେ ଏମାନେ ପାହାଡ ଜଙ୍ଗଲରେ ବସବାସ କରୁଥିଲେ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଜଙ୍ଗଲି କନ୍ଦା, କନ୍ଦମୂଳ ଓ ଫଳ ମୂଳ ଖାଉଥିଲେ । ବର୍ତ୍ତମାନ ସମତଳ ଅଞ୍ଚଳରେ ମଧ୍ୟ ଏମାନେ ବସବାସ କରୁଛନ୍ତି ତଥା କୃଷି କାର୍ଯ୍ୟରେ ମଧ୍ୟ ସାମିଲ ହେଲେଣି ।

କନ୍ଧମାନଙ୍କର ବସତି ଦୃଷ୍ଟିରୁ ବିଭିନ୍ନ ପ୍ରକାରେ ପରିଚିତ ହୋଇଥାନ୍ତି । ଯଥା ଉଚ୍ଚ ପାହାଡ଼ରେ କୁଟିଆକନ୍ଧ, ଡଙ୍ଗର ଉପରେ ଡଙ୍ଗରିଆକନ୍ଧ, ଝରଣା ତଟରେ ଝରାଣିଆ କନ୍ଧ, ବେସ୍କା ଜମିରେ ବେସ୍କାକନ୍ଧ, ଖମାର ପାଖରେ ଖେମରିଆ କନ୍ଧ, ପାଙ୍ଗାମାଟିରେ  ପାଙ୍ଗା କନ୍ଧ, ସମତଳ ଦେଶରେ ଦେଶିଆ କନ୍ଧ ଇତ୍ୟାଦି ।

କନ୍ଧ ପୁରୁଷ ଏକାଧିକ ପତ୍ନୀ ଗ୍ରହଣ କରିବାରେ ସାମାଜିକ ବା ପାରିବାରିକ ବାଧା ନାହିଁ । ତା'ର ସାମର୍ଥ୍ୟ ଓ ଶକ୍ତି ଉପରେ ଦ୍ଵିତୀୟ, ପତ୍ନୀ ଗ୍ରହଣ କରିବା ନିର୍ଭର କରେ । ଅନେକଙ୍କର ବିଶ୍ୱାସ ଯେ ଅଧିକ ପତ୍ନୀ ରହିଲେ ଅନେକ ସନ୍ତାନ ଜନ୍ମନେବେ ଏବଂ ପାରିବାରିକ ସଂପଦ-ଧନ-ଧାନ୍ୟ ବୃଦ୍ଧି ହେବ  । ତା' ସଂଗେ ସଂଗେ କ୍ଷେତ, ବାଡ଼ି ଓ ସଂପଦର ବୋଝକୁ ସମ୍ଭାଳିବାରେ ନିଜ ସନ୍ତାନ ସହାୟକ ହେବ ବୋଲି ସେ ବିଶ୍ୱାସ କରେ । ମୋଟାମୋଟି ଭାବେ ଏହି ପ୍ରବନ୍ଧଟିରେ କୁଟିଆ କନ୍ଧମାନଙ୍କର ବିବାହ ପରମ୍ପରାକୁ ଆଲୋଚନା କରାଯାଇଛି  । ଯାହା ଆଜିର ଆଧୁନିକ ବିବାହ ପରମ୍ପରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଦୟା ସିଂ ମାଝୀ, ଡଃ.ରଶ୍ମିତା ତ୍ରିପାଠୀ Copyright (c) 2023 କଳିଙ୍ଗ କୃତି (Kalinga Kruti) (KK) http://www.worldleadershipacademy.live/WLAJournals/List/index.php/KalingaKruti/article/view/200 Thu, 14 Sep 2023 00:00:00 +0000