ସାନ୍ତାଳ ଜୀବନ ଜୀବିକାର ଚିତ୍ର: ଏକ ଅନୁଶୀଳନ
Main Article Content
Abstract
ଆଦିବାସୀ ଜନଜାତି ସାନ୍ତାଳମାନେ , କିମ୍ବଦନ୍ତୀ ଓ ଲୋକକଥାନୁସାରେ ପ୍ରଥମେ ପିଲଚୁ ହାଳାମ ଓ ପିଲଚୁ ବୁଢ଼ୀଙ୍କ ଔରସରୁ ଜାତ ହୋଇଥିଲେ । ତାଙ୍କର ଜନ୍ମସ୍ଥାନ ହେଉଛି 'ହିହିଳି, ପିପିଳି' । 'ହାରାତା' ନାମକ ସ୍ଥାନରେ ତାଙ୍କର ସଂଖ୍ୟାବୃଦ୍ଧି ହୋଇଥିଲା ଏବଂ ପରେ 'ସାସଂବେଡା' ରେ ସାନ୍ତାଳ ଆଦିବାସୀ ଜନଜାତି ସମ୍ପ୍ରଦାୟର ଲୋକମାନେ , ନିଜକୁ ପ୍ରତିଷ୍ଠା କଲେ । ' ଆହିନଦୁଆର ' ଓ " ବାହିନଦୁଆର " ପଥକୁ ଅତିକ୍ରମ କରି ଶେଷରେ "ଚାଇ ଓ ଚାମ୍ପା " ନାମକ ସ୍ଥାନରେ ପହଂଚି , ସେଠାରେ '' ଚାଇଗାଳ ଓ ଚାମ୍ପାଗାଳ'' ଭାବରେ ନାମିତ କରି ଦୁଇଟି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । 'ଚାଇଗାଳ' ଅପେକ୍ଷା 'ଚାମ୍ପାଗାଳ' ରାଜ୍ୟଟି ଅଧିକ ସମୃଦ୍ଧିଶାଳୀ ବୋଲି ବହୁ ପୁସ୍ତକ , କିମ୍ବଦନ୍ତୀ ଓ ଲୋକକଥାରୁ ଜଣାପଡେ । ସେଠାର ରାଜାଙ୍କ ଶାସନରେ ପ୍ରଜାମାନେ ଅତ୍ୟନ୍ତ ସୁଖ ଆନନ୍ଦରେ କାଳାତିପାତ କରୁଥିଲେ । ବହୁ ଆଦିମ କାଳରୁ ସେମାନେ ସମାଜରେ ବସବାସ କରୁଥିବାର ପ୍ରମାଣ ମିଳେ । ତାଙ୍କ ଲୋକ ପରମ୍ପରା ଏବେ ମଧ୍ୟ ଉଦଜୀବିତ ହୋଇ ରହିଛି । ଏହି ଜାତି ଏକତାର ପରିଚୟ ପ୍ରଦାନ କରିଥାଏ । ସବୁଜରଙ୍ଗ ସେମାନଙ୍କର ପ୍ରିୟ ରଙ୍ଗ ଅଟେ । ସେମାନେ ଶାନ୍ତ ଓ ସରଳର ପ୍ରତୀକ ଅଟନ୍ତି । ଧନୁସରରୁ ତାଙ୍କର ' ସାରନା ଧର୍ମ ' ସୃଷ୍ଟି ହୋଇଛି ବୋଲି ବିଶ୍ୱାସ କରନ୍ତି । ସେମାନେ ବହୁ ପୁରାତନ ଆଦିମ କାଳରୁ ପ୍ରକୃତିର ଉପାସକ ଅଟନ୍ତି ଓ ସେଥିପାଇଁ ଶାଳଗ୍ରାମ ( ଜ୍ୱାହେର) କୁ ବିଭିନ୍ନ ସମୟରେ ମାଙ୍ଗଳିକ ପୂଜାର୍ଚ୍ଚନା କରିଥାନ୍ତି ।ଏଠାରେ ଶାଳବୃକ୍ଷ ମୂଳେ ' ମାରାଂବୁରୁ ' , ' ଜାହେର ଆୟ ' , 'ମଣେକତୁରୁୟକ' ଓ 'ଲିଟା' ଙ୍କୁ ସ୍ଥାପନ କରି ପୂଜା କରିଥାନ୍ତି । ଏଥିନିମନ୍ତେ ସମସ୍ତେ ଏକାଠି ପ୍ରଥମେ ମିଳିତ ହୋଇ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପତି ନେଇଥାନ୍ତି । ନାରୀ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି । ସେଥିପାଇଁ ସାନ୍ତାଳ ସମାଜରେ ନାରୀର ସ୍ଥାନ ଶ୍ରେଷ୍ଠ ହେବା ସହିତ ଭୂମିକା ଅଗ୍ରଣୀ ଅଟେ । ସେମାନେ ସ୍ୱଛତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଦିନ ପ୍ରଭାତ ସମୟରେ ସେଥିପାଇଁ ନାରୀମାନେ ଘର ଭିତର , ବାହାରେ ଗୋବରରେ ଲିପାପୋଛା କରି ପରିଷ୍କାର କରନ୍ତି । ସେମାନେ 'ସାନ୍ତାଳ' ଭାଷାରେ କଥାବାର୍ତା ହୋଇଥାନ୍ତି ଏବଂ 'ଅଲଚିକି' ତାଙ୍କର ଲିପି ଅଟେ । ଏହାର ଜନକ ହେଉଛନ୍ତି ; 'ଗୁରୁଗମକେ ପଣ୍ଡିତ ରଘୁନାଥ ମୁର୍ମୁ' । ତରୁଣ ତରୁଣୀମାନେ ତାଙ୍କ ସମାଜରେ ମୁକ୍ତ ବିହଙ୍ଗ ସଦୃଶ ଅଟନ୍ତି । ବିଭିନ୍ନ ବିବାହ ପାରମ୍ପରିକ ଉତ୍ସବରେ ବାଦ୍ୟର ତାଳେ ତାଳେ ନୃତ୍ୟଗୀତର ଆସର ଜମେଇ ଥାନ୍ତି । ତାଙ୍କ ସମାଜରେ ଉଚ୍ଚାଵାଚ , କଳହ , ମାରପିଟ କୁ ପ୍ରଶୟ ଦିଆଯାଏ ନାହିଁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି । ଯଦି ଏହାକୁ କିଏ ଅମାନ୍ୟ କଲା , ତା' ସ୍ୱତନ୍ତ୍ର ଦଣ୍ଡ ବିଧାନର ବ୍ୟବସ୍ଥା ଲାଗୁ କରାଯାଏ । ସରକାରଙ୍କ ଆଇନ ବ୍ୟବସ୍ଥା ଅନୁସାରେ , ବର୍ତମାନ ଏହା ଏହି ସମାଜରୁ ଧୀରେ ଧୀରେ ଉଚ୍ଛେଦ ହେଉଛି । ତାଙ୍କର ସଂସ୍କୃତି , ପରମ୍ପରା ଉଚ୍ଚକୋଟିର ଅଟେ । ସେମାନେ ବହୁ ସଚେତନ ହୋଇ ବିଭିନ୍ନ କ୍ଷେତ୍ରରେ , ମୂଳ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ଏପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି । କିଛିଟା ଅନ୍ଧବିଶ୍ୱାସ , କୁପ୍ରଥା ଓ କୁସଂସ୍କାରକୁ ଉଚ୍ଛେଦ କରୁଛନ୍ତି । ବିଭିନ୍ନ ଜ୍ଞାନରେ ଜ୍ଞାନୀ ଥାଇ ଆଚାର , ବିଚାର , ବ୍ୟବହାର ଓ ଅତିର୍ଥ୍ୟ ଚର୍ଚ୍ଚା କରିବାରେ ସେମାନେ ବେଶ ପାରଙ୍ଗମ ଅଟନ୍ତି । ବର୍ତମାନ ଏହି ଭାଷାଭାଷୀର ଲୋକମାନଙ୍କର ସ୍ଵାକ୍ଷର ହାର ବହୁତ ବଢ଼ିଗଲାଣି । ନିଜର ଲିପିକୁ ପ୍ରଚାର ପ୍ରସାର କରିବା ପାଇଁ ବହୁତ ଉଦ୍ୟମ କରି ସଫଳ ମଧ୍ୟ ହେଲେଣି । ଭାରତ ସମ୍ବିଧାନରେ ସାନ୍ତାଳ ଭାଷାକୁ ସ୍ୱତନ୍ତ୍ର ଭାବରେ ସ୍ୱୀକୃତି ମିଳିଛି । ଓଡିଶା ରାଜ୍ୟସଭାରେ ସାନ୍ତାଳ ଭାଷାର ମାନ୍ୟତା ରହିଛି । ଏମାନେ ଏହି ଭାଷାରେ ରାଜ୍ୟ ସଭାରେ ଉପସ୍ଥାପନା କରିପାରିବେ । ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ଏମାନେ ବସବାସ କରନ୍ତି । ବିହାର , ଆସାମ , ଓଡିଶା , ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ , ମଣିପୁର , ଛତିଶଗଡ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର , ମିଜୋରାମ , କେରଳ , କର୍ଣ୍ଣାଟକ , ତ୍ରିପୁରା ଆଦି ରାଜ୍ୟରେ ବହୁଳ ଭାବେ ବସବାସ କରନ୍ତି । ଓଡ଼ିଶାର ମୟୁରଭଞ୍ଜ , କେଉଁଝର , ଢେଙ୍କାନାଳ , ଯାଜପୁର , ବାଲେଶ୍ୱର ବ୍ୟତୀତ ବଙ୍ଗଳାଦେଶ , ଭୁଟାନ , ନେପାଳ ଆଦି ଅନ୍ୟାନ୍ୟ ଦେଶରେ ବସବାସ କରୁଛନ୍ତି । ବର୍ତମାନ ସାନ୍ତାଳୀ ଭାଷାରେ ପ୍ରଥମରୁ ଉଚ୍ଚାଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ ମାନଙ୍କରେ ସ୍ଥାନିତ ହେଲାଣି ।