ମୟୂରଭଂଜର ସାନ୍ତାଳ ଜନଜାତି ପର୍ବପର୍ବାଣି-ଏକ ସାହିତ୍ୟିକ ମୂଲ୍ୟବୋଧ

Main Article Content

ନିବେଦିତା ମହାନ୍ତି
ମମତା ହେମ୍ବ୍ରମ

Abstract

ଆମ ଓଡିଶା ହେଉଛି ଭାରତ ବର୍ଷର ଦ୍ଵିତୀୟ ଆଦିବାସୀ ଜନବହୁଳ ରାଜ୍ୟ । ଏଥିରେ ପ୍ରାୟ ୬୨ ପ୍ରକାର ଆଦିବାସୀ ଜନଜାତି ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ସାନ୍ତାଳ ଜନଜାତି ଅନ୍ୟତମ । ଆଦିବାସୀମାନେ ମୁଖ୍ୟତଃ କଳାପ୍ରେମୀ । ଏମାନେ ପ୍ରକୃତି କୋଳରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ପ୍ରକୃତି କୋଳରେ ବଢି଼ଥାନ୍ତି । ତାଙ୍କର କଳାତ୍ମକ ରୁଚିର ତୁଳନା ନାହିଁ । ମହାଆନନ୍ଦରେ ଏମାନେ ଜୀବନକୁ ଅତିବାହିତ କରିଥାନ୍ତି । ଆଦିବାସୀ ଜନଜାତି ମାନଙ୍କର ପର୍ବପର୍ବାଣି ଗୁଡିକ ପ୍ରାୟତଃ କୃଷିଭିତ୍ତିକ ଓ ଜୀବନ ଜୀବିକା ଉପରେ ଆଧାରିତ । ଏମାନେ ବିଭିନ୍ନ ମାସରେ ବିଭିନ୍ନ ପ୍ରକାର ପର୍ବ ପାଳନ କରିଥାନ୍ତି । ମୟୂରଭଂଜ , ବାଲେଶ୍ୱର , କେଉଁଝର ଆଦି ଜିଲ୍ଲା ମାନଙ୍କରେ ମୁଖ୍ୟତଃ ସାନ୍ତାଳ ଜନଜାତି ବାସ କରନ୍ତି । ଏତବ୍ୟତୀତ ସାରା ଓଡିଶା ପ୍ରଦେଶର ବିଭିନ୍ନ ସ୍ଥାନରେ ବସବାସ କରିଥାନ୍ତି । ମୟୂରଭଂଜରେ ପ୍ରାୟ ୭୫% ରୁ ଅଧିକ ଜନଜାତି ହେଉଛନ୍ତି ସାନ୍ତାଳ । ଏମାନେ ଜୀବିକା ଅନ୍ୱେଷଣ କରିବାପାଇଁ ବିଭିନ୍ନ ଶିଳ୍ପାଞ୍ଚଳ ମାନଙ୍କରେ ବସବାସ କରିଥାନ୍ତି । ତାଙ୍କ ଜୀବନଚର୍ଯ୍ୟା ଅତି ସରଳ । କୃଷିକୁ ସେମାନେ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରିଥାନ୍ତି । ସେମାନଙ୍କର ସଂସ୍କୃତି , ରୀତିନୀତି , ପରମ୍ପରା ଓ ଚାଲିଚଳଣି ଅତିନିଆରା । ସାନ୍ତାଳ ଜନଜାତି , ପର୍ବପର୍ବାଣିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

Article Details

How to Cite
ମହାନ୍ତି ନ., & ହେମ୍ବ୍ରମ ମ. (2023). ମୟୂରଭଂଜର ସାନ୍ତାଳ ଜନଜାତି ପର୍ବପର୍ବାଣି-ଏକ ସାହିତ୍ୟିକ ମୂଲ୍ୟବୋଧ . କଳିଙ୍ଗ କୃତି (Kalinga Kruti) (KK), 2(2). Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/195
Section
Articles

Most read articles by the same author(s)