ଭାରତୀୟ ଆଦିବାସୀ ଅର୍ଥନୀତି ଏବଂ ଆର୍ଥିକ ସାକ୍ଷରତା

Main Article Content

ପ୍ରଫେସର ସସ୍ମିତା ରାଣୀ ସାମନ୍ତ
ଡ ଅଜୟ କୁମାର ନନ୍ଦ

Abstract

ବର୍ତମାନର ପ୍ରବନ୍ଧ ହେଉଛି ଆଦିବାସୀ ମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ଓ ଆର୍ଥିକ ସାକ୍ଷରତା ଗୁରୁତ୍ୱ ବୁଝିବାରେ ଏକ ପ୍ରୟାସ | ଯାହା ସେମାନଙ୍କ ସାମାଜିକ - ଅର୍ଥନୈତିକ ଅଭିବୃଦ୍ଧିରେ ଅଂଶ ଗ୍ରହଣ କରିବା ସହିତ ଆର୍ଥିକ ଆବରଣରେ ପରିବର୍ତ୍ତନ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ | ଏହି ଅନୁସନ୍ଧାନ ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ସମାଜର ମୁଖ୍ୟ ସ୍ରୋତରେ ଅଂଶଗ୍ରହଣ କରିବାରେ ଅସମର୍ଥ ଅଟନ୍ତି, ସେମାନଙ୍କ ଆଚରଣରେ ଆର୍ଥିକ ସାକ୍ଷରତାର ପ୍ରଭାବ ଖୋଜିବା ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସ୍ଵଚ୍ଛନ୍ଦରେ ଜୀବନ ବିତାଇବା | ଓଡ଼ିଶାର କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା | ଯେଉଁଠାରେ ଅଧିକାଂଶ ପୁରାତନ ପ୍ରକାରର ଜନଜାତି ସମ୍ପ୍ରଦାୟ ବାସ କରନ୍ତି | ସେମାନଙ୍କ ଆର୍ଥିକ -ଅବସ୍ଥା ଏବଂ ଆର୍ଥିକ ସାକ୍ଷରତାର ସ୍ତର ବିସ୍ଲେସଣ କରିବାକୁ ଏହି ଅଧୟନରେ ସ୍ଥାନିତ କରାଯାଇଛି | ଅଧ୍ୟୟନ ଟି ଉଭୟ ପ୍ରାଥମିକ ଓ ଦ୍ୱିତୀୟ ତଥ୍ୟ ଉପରେ ଆଧାରିତ | ପ୍ରଶ୍ନପରତା ପ୍ରଣାଳୀ ମାଧ୍ୟ୍ୟମରେ ୪୧୨ ଟି ପରିବାରରୁ ସେମାନଙ୍କ ସାମଗ୍ରିକ ବିବରଣୀକୁ ପ୍ରାଥମିକ ତଥ୍ୟ ଆଧାରରେ ସଂଗ୍ରହ କରାଯାଇଥିଲା | ଅଧ୍ୟୟନରୁ ଜଣାପଡିଛି ଯେ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କ ପର୍ଯ୍ୟପ୍ତ ଆୟ ଉତ୍ସ ନ ଥିବା ହେତୁ ସେମାନେ ଜୀବିକାକୁ ଦକ୍ଷତାର ସହ ବଞ୍ଚିପାରୁନାହାନ୍ତି | ଅଧିକନ୍ତୁ ଅଧୟନରୁ ଜଣାପଡିଛି ଯେ, କେତକ ପ୍ରମୁଖ ଅସୁବିଧା ଯଥା ଆର୍ଥିକ ସାକ୍ଷରତାର ଅଜ୍ଞତା, ଆର୍ଥିକ ସେବା ଗୁଡିକର କମ ସୁବିଧା, ଆର୍ଥିକ ଉତ୍ପାଦ ବିଷୟରେ ଜ୍ଞାନର ଅଭାବ, ପର୍ଯ୍ୟାପ୍ତ ପୁଞ୍ଜି ଅଭାବ, ପରଉପରେ ଅଧିକ ନିର୍ଭରଶୀଳତା ହେତୁ ସେମାନେ ସମ୍ପୂର୍ଣ ଆର୍ଥିକ ସୁବିଧା ପାଆନ୍ତି ନାହିଁ | ଯାହା ତାଙ୍କ ଜୀବନ ଶୈଳୀକୁ ସ୍ୱଚ୍ଛ କରିବାରେ ସହାୟକ ହେଉନାହିଁ | ନିଜର ଆର୍ଥିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ସେମାନେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥା ଅପେକ୍ଷା ଗ୍ରାମୀଣ ଋଣଦାତା ମାନଙ୍କୁ ଅଧିକ ସୁଦ୍ଧା ଦେଇ ପୁନଶ୍ଚ ଦାରିଦ୍ର୍ୟ ଅବସ୍ଥାକୁ ଠେଲି ହୋଇ ଯାଉଛନ୍ତି |ଏହା ସେମାନଙ୍କର ଅର୍ଥନୈତିକ ଅଜ୍ଞତାର ମୁଖ୍ୟ କାରଣ ହୋଇପାରେ |

Article Details

How to Cite
ସାମନ୍ତ ପ. ସ. ର., & ନନ୍ଦ ଡ. ଅ. କ. (2022). ଭାରତୀୟ ଆଦିବାସୀ ଅର୍ଥନୀତି ଏବଂ ଆର୍ଥିକ ସାକ୍ଷରତା. କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/48
Section
Articles