ଜନଜାତି ମୌଖିକ ସାହିତ୍ୟ : ଏକ ଦୃଷ୍ଟିପାତ

Main Article Content

ରଶ୍ମି ମୁର୍ମୁ

Abstract

ଲୋକସାହିତ୍ୟ ମୁଖ୍ୟତଃ ମୌଖିକ |କୌଣସି ଏକ ନିର୍ଦ୍ଧିଷ୍ଟ ସଂସ୍କୃତିର ମୂଲ୍ୟବୋଧ ,ଲୋକପରମ୍ପରା,କଳା, ଜୀବନ ଧାରଣ ପଦ୍ଧତି ଆଦିର ଆକଳନ ରେ ମୌଖିକ ସାହିତ୍ୟ ସହାୟତା କରିଥାଏ | ପରମ୍ପରା କ୍ରମେ ଯୁଗ ଯୁଗ ଧରି ମୁଖରୁ ମୁଖକୁ ଗଡି ଆସୁଥିବା ଏହାକୁ ମୌଖିକ ସାହିତ୍ୟ କୁହାଯାଏ |ଅଷ୍ଟାଦଶ ଶତକରେ ଇଉରୋପ ଜାତି ବିଶ୍ୱର ଅନ୍ୟାନ୍ୟ ସଭ୍ୟ ତଥା ଜଣ ଜାତିଙ୍କ ସୁସମ୍ପର୍କରେ ଆସିବା ଦ୍ୱାରା ସେମାନଙ୍କ ଜାତୀୟ ଚେତନା ଜାଗ୍ରତ ହୋଇଥିଲା |ଅନ୍ୟାନ୍ୟ ଭାଷା ପରି ପ୍ରଥମରୁ ହିଁ ଜଣଜାତି ଭାଷା କଥିତ ସ୍ତରରେ ଥିଲା |ଏବେବି ଅନେକ ଜନଜାତିର ଭାଷା ସେହି କଥିତ ସ୍ତରରେ ରହି ଆସିଛି |
ଓଡ଼ିଶାର ଜନଜାତି ସାହିତ୍ୟ ,ସଂସ୍କୃତି , ଜନଜୀବନ ଓ ଭାଷା ସମ୍ପର୍କ ରେ ବହୁ ବିଦ୍ୱାନ ଆଲୋଚନା କରିବା ସହିତ ସେମାନଙ୍କ ମୌଖିକ ସାହିତ୍ୟ କୁ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି |ସେ କ୍ଷେତ୍ର ରେ ଏହା ଦ୍ୱାରା ଗୋଟିଏ ଅବହେଳିତ ଜାତିର ପ୍ରାଚୀନ ସଂସ୍କୁତି ଏବଂ ପରମ୍ପରା ଧୀରେ ଧୀରେ ଲୋକଲୋଚନ କୁ ଆସିବାରେ ଲାଗିଛି |ଜଣ ଜାତିର ମୌଖିକ ସାହିତ୍ୟ ହେଉଛି ଜାତୀୟ ସମ୍ପଦ |ଏହାର ଭବିଷ୍ୟତ , ମୌଖିକ ପରମ୍ପରା ,ଉପାଦାନ ଓ ପ୍ରତୀକ ଗୁଡିକର ଉପଯୁକ୍ତ ସଂରକ୍ଷଣ ,ଲିପିବଦ୍ଧତା,ବିଶ୍ଳେଷଣ ଉପରେ ନିର୍ଭରଶୀଳ|ବର୍ତମାନ ସମୟ ଆସିଛି ,ବୈଷୟକ ଜ୍ଞାନ କୌଶଳ ଯୁଗରେ ,ସମସ୍ତ ଗବେଷକ ,ଗବେଷିକା,ବୁଦ୍ଧିଜୀବୀ ,ଶିକ୍ଷାବିତ ମାନେ ଜନଜାତିଙ୍କ ର ମୌଖିକ ପରମ୍ପରା ଓ ସାହିତ୍ୟ ଉପରେ ଅଧିକ ଗବେଷଣା କରି ଜନଜାତିଙ୍କ ମୌଖିକ ସାହିତ୍ୟିସ କୁ ସମୃଦ୍ଧ କରିବା ସହିତ ,ତାକୁ ବିଶ୍ୱଉର୍ନ୍ନମୁଖି କରାଇବାକୁ ସମସ୍ତେ ଉଦ୍ୟମ କରିବା |

Article Details

How to Cite
ମୁର୍ମୁ ର. (2022). ଜନଜାତି ମୌଖିକ ସାହିତ୍ୟ : ଏକ ଦୃଷ୍ଟିପାତ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/51
Section
Articles