ଓଡ଼ିଆ ଗଳ୍ପରେ ଆଦିବାସୀ ସଂସ୍କୃତି ଓ ପରମ୍ପରା :ଏକ ଅବଲୋକନ

Main Article Content

ଗୁପ୍ତେଶ୍ୱର ମାଝୀ
ରଶ୍ମିତା ତ୍ରିପାଠୀ

Abstract

ଆଦିବାସୀ ସଂସ୍କୃତି କହିଲେ ସେମାନଙ୍କ ଦେବାଦେବୀ,ପର୍ବପର୍ବାଣି,ବିବାହ,ବେଶପୋଷାକ,ଅଳଙ୍କାର,ଧର୍ମୀୟ ବିଶ୍ୱାସ ଇତ୍ୟାଦିକୁ ବୁଝାଇଥାଏ | ଓଡ଼ିଆ ଗଳ୍ପ ସାହିତ୍ୟରେ ବର୍ଣ୍ଣିତ ଆଦିବାସୀ ସଂସ୍କୃତି ଓ ପରମ୍ପରା ହେଉଛି ଗବେଷଣାର ଏକ ମୁଖ୍ୟ ପ୍ରସଙ୍ଗ କାରଣ ଆଦିବାସୀମାନେ ସଭ୍ୟ ସମାଜ ପାଳନ କରୁଥିବା ପର୍ବପର୍ବାଣିକୁ ପାଳନ କରୁଥିଲେ ମଧ୍ୟ ସେମାନଙ୍କର ନିଜସ୍ୱ ସଂସ୍କୃତି ଓ ପରମ୍ପରା ରହିଛି | ତେଣୁ ଗବେଷଣା ନିବନ୍ଧ ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଗଳ୍ପରେ ଲୁଚି ରହିଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯାଇଛି | ଓଡ଼ିଆ ସାହିତ୍ୟର ଗଳ୍ପ ବିଭାଗରେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ କେନ୍ଦ୍ରକରି ଅନେକ ଗାଳ୍ପିକ ଓ ଗାଳ୍ପିକା ଅନେକଗୁଡ଼ିଏ ଗଳ୍ପ ରଚନା କରିଛନ୍ତି | ସେହି ଗଳ୍ପଗୁଡ଼ିକ ହେଉଛି - ଗୋପୀନାଥ ମହାନ୍ତିଙ୍କ 'ତଡପ', 'ସୋପାନଗଦ' , ହୃଷିକେଶ ପଣ୍ଡାଙ୍କ 'ସାହାବ ଦେବତା' , ପ୍ରତିଭା ରାୟଙ୍କ 'ରେମୋ', ସନକୀ,ୟଙ୍ଗ ,ପଶୁଜନ୍ମ,ମାଉଁସ ,ମୁଁ ସ୍ୱାଧୀନ , ଲଙ୍ଗସି ,ଡାଗୋଇ ଇତ୍ୟାଦି | ଏହି ଗଳ୍ପ ଗୁଡିକରେ ବର୍ଣ୍ଣିତ ହୋଇଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଗବେଷଣା ପ୍ରବନ୍ଧରେ ଆଲୋଚନା କରାଯାଇଛି | ଗବେଷଣା ନିରବନ୍ଧକୁ ଲେଖିବା ପାଇଁ କେବଳ ମାଧ୍ୟାବିକ ପଦ୍ଧତିକୁ ବ୍ୟବହାର କରାଯାଇଛି |

Article Details

How to Cite
ମାଝୀ ଗ., & ତ୍ରିପାଠୀ ର. (2022). ଓଡ଼ିଆ ଗଳ୍ପରେ ଆଦିବାସୀ ସଂସ୍କୃତି ଓ ପରମ୍ପରା :ଏକ ଅବଲୋକନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/52
Section
Articles