ଓଡ଼ିଶାର ଜନଜାତିଙ୍କ ବାଚିକ ପରମ୍ପରା ପ୍ରସଙ୍ଗ

Main Article Content

ଡ଼ ଦେବାଶିଷ ପାତ୍ର

Abstract

ସଂପ୍ରତି ବିଶ୍ୱାୟନ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ସମାଜବିଜ୍ଞାନ ଭିତ୍ତିକ ବିଷୟ ପରି ଜନଜାତି ଲୋକସାହିତ୍ୟ ବା ମୌଖିକ ପରମ୍ପରାର ଅଧ୍ୟୟନ ମଧ୍ୟ ଏକ ବିଜ୍ଞାନ ଭିତ୍ତିକ ବିଷୟ | ଏହାର ବ୍ୟାପ୍ତି ଏତେ ଅଧିକ ଯେ ଏହା ପ୍ରତ୍ୟେକ ଜାତିର ତଥା ସଂସ୍କୃତିର ଅମୁଲ୍ୟ ସମ୍ପଦ | ଏପରିକି ନିଜ ଭୌଗୋଳିକ ବେଷ୍ଟନୀର ପ୍ରାଚୀର ଭାଙ୍ଗି ଲୋକଶୈଳୀ ଭାବରେ ଗଭୀର ଅଧ୍ୟୟନ ଓ ଅନ୍ୱେଷଣ ପାଇଁ ମାର୍ଗ ଫିଟାଇଛି | ତେବେ ନିର୍ଦ୍ଧିଷ୍ଟ ଜନଜାତି ଗୋଷ୍ଠୀର ପ୍ରଜାତିକ ପରିଚିତି ପାଇଁ ମୌଖିକ ଲୋକ ପରମ୍ପରା ଅଧ୍ୟୟନ ଜରୁରୀ ହୋଇପଡିଛି | ତେବେ ସେମାନଙ୍କ ମୌଖିକ ସାହିତ୍ୟର ବୈଶିଷ୍ଟ୍ୟ ଓ ବିବିଧତା ଆକଳନର ଏହା ଏକ ପ୍ରୟାସ ମାତ୍ର | ଯାହାଦ୍ୱାରା ସେମାନଙ୍କ ପ୍ରଜାତିତତ୍ତ୍ୱ ଓ ଜଗତୀକରଣ କାରଣରୁ ଧ୍ୱଂସାଭିମୂଖୀ ହେଉଥିବା ପରିବର୍ତ୍ତିତ ସମୟର ଚିତ୍ର ଧରି ରଖିବାରେ ଏକ ଅବଧାରଣା ସୃଷ୍ଟି କରିପାରିବ | କାରଣ ଅନ୍ୱେଷଣ ଓ ପ୍ରାପ୍ତିର ଐଶ୍ୱର୍ଯ୍ୟ ଜନଜାତି ପରମ୍ପରାକୁ ବିଶ୍ଵଜନୀନ କରିବାରେ ସମର୍ଥ ହେବ ସହ ସେମାନଙ୍କ ଲୋକ ବୈଜ୍ଞାନିକ ଚିନ୍ତନକୁ ପ୍ରଭାବିତ କରୁଥିବା ଲୋକଧାରାର ପରିଚୟ ମଧ୍ୟ ମିଳିପାରିବ |


ଏହି ଗବେଷଣାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଓଡ଼ିଶାରେ ଥିବା ସମସ୍ତ ଜନଜାତିଙ୍କ ମୌଖିକ ପରମ୍ପରା ସାଧାରଣ ବୈଶିଷ୍ଟ୍ୟ ଆକଳନ | ଏହା ଫଳରେ ସେମାନଙ୍କ ଲୋକ ପରମ୍ପରାରେ ଥିବା ସାମ୍ୟ ଭାବନାର ଓ ବ୍ୟାବହାରିକ ଲୋକଧର ମଧ୍ୟରେ ଥିବା ସଂପର୍କ ବିଚାରରେ ଏକ ସ୍ପଷ୍ଟ ଦିଗ ନିର୍ଦ୍ଧେଶ ହୋଇପାରିବ |

Article Details

How to Cite
ପାତ୍ର ଡ. ଦ. (2022). ଓଡ଼ିଶାର ଜନଜାତିଙ୍କ ବାଚିକ ପରମ୍ପରା ପ୍ରସଙ୍ଗ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/53
Section
Articles