କେନ୍ଦୁଝରର ଲୋକନାଟକ : ଉଡାଯାତ୍ରା

Main Article Content

ଯୁଥିକା ପ୍ରିୟଦର୍ଶିନୀ ନାଏକ

Abstract

ଭଞ୍ଜୟ ବଂଶମାନଙ୍କ ଦ୍ୱାରା ଶାସିତ କେନ୍ଦୁଝର ଜିଲ୍ଲା ବହୁ ପୂର୍ବରୁ ଗଡଜାତ ଅଂଚଳ ଭାବରେ ପରିଚିତ ଥିଲା | ଏହି ଅଂଚଳରେ ବସବାସ କରୁଥିବା ଷୋଳଟି ଆଦିବାସୀ ସମ୍ପ୍ରଦାୟମାନଙ୍କ ଜୀବନଶୈଳୀ ଭିନ୍ନ ହେଲେ ବି ଲୋକ ପରମ୍ପରା ପ୍ରାୟତଃ ସମାନ | ନାଚ ଓ ଗୀତ ତାଙ୍କ ଜୀବନର ଅବିଛେଦ୍ୟ ଅଙ୍ଗ ଅଟେ | ତେଣୁ ପ୍ରତିଦିନ ସନ୍ଧ୍ୟାବେଳେ ବିଭିନ୍ନ ଲୋକନାଟକଗୁଡିକ ପାଳିତ ହୋଇଥାଏ | ଯଥା : କରମା ନାଟ, ଗୟା ପାଲା ନାଟ, ଟୁସୁ ନାଟ, ଉଦଯାତ୍ରା ନାଟ, ଦାସକାଠିଆ ନାଟ, କଣ୍ଢେଇ ନାଟ ଓ ରାମଲୀଳା ଆଦି | ଏ ସବୁ ଭିତରେ ଲୋକନାଟକ ଭାଡାଯାତ୍ରା ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା | କିନ୍ତୁ ଏହି ଲୋକନାଟକଟିର ପୃଷ୍ଠପୋଷକତା ପ୍ରଥମେ କେନ୍ଦୁଝରର ରାଜା ଜ୍ୟୋତିଭଞ୍ଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା | ଚୈତ୍ରମାସ ଠାରୁ ପାନ ସଂକରତି ପର୍ଯ୍ୟନ୍ତ ଛଅଦିନ ଧରି ଯେଉଁ ଯାତ୍ରା ଅନୁଷ୍ଠିତ ହୋଇଥାଏ, ତାହାକୁ ଉଦଯାତ୍ରା ବା କେତକ ଅଂଚଳରେ ପାଟୁଆ ଯାତ୍ରା ବୋଲି ମଧ୍ୟ କହିଥାନ୍ତି | ଶୈବ ଓ ଶକ୍ତ ଧର୍ମର ଅପୂର୍ବ ସମନ୍ୱୟ ଏହି ଯାତ୍ରାରେ ପରିଲିକ୍ଷିତ ହୋଇଥାଏ |


ସାମ୍ପ୍ରତିକ ସମୟରେ ବି ସମାଜ ବିବର୍ତ୍ତନରେ ସାମାଜିକ ଉତଥାନ ପତନ ସହ କେନ୍ଦୁଝର ଲୋକନାଟକଗୁଡିକର ପ୍ରେକ୍ଷାପଟ କାହାଣୀ ଆଜି ବି କିପରି ଲୋକମାନଙ୍କର ଜୀବନସୁତରକୁ ନିୟନ୍ତ୍ରଣ କରିପାରିଛି, ତାହା ଏହି ଲୋକନାଟକରେ ପ୍ରଦର୍ଶିତ ହୋଇଛି |

Article Details

How to Cite
ନାଏକ ଯ. ପ. (2022). କେନ୍ଦୁଝରର ଲୋକନାଟକ : ଉଡାଯାତ୍ରା. କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/55
Section
Articles