ପରଜା ପରମ୍ପରା ଓ ସଂସ୍କୃତି ଏକ ସଂକ୍ଷିପ୍ତ ଆକଳନ

Main Article Content

କିଶୋରେ କୁମୁରା
ଡ଼. ରଶ୍ମିତା ତ୍ରିପାଠୀ

Abstract

ଓଡିଶା ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ବନବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପରଜା , ବଣ୍ଡା,ହୋ ,କନ୍ଧ , ଗଡ଼ବା,ସାନ୍ତାଳ ,ମୁଣ୍ଡାରୀ ଭଳି କେତେକ ଜନଜାତିଙ୍କର ନିଜସ୍ୱ ଭାଷା ଅଛି ।ସେହିପରି ପ୍ରତ୍ୟେକ ଜନଜାତି ଗୋଷ୍ଠିର ସ୍ୱତନ୍ତ୍ର ସଂସ୍କୃତି ଅଛି । ସଂସ୍କୃତି ପ୍ରତ୍ୟେକ ଆଦିବାସୀ ପାଇଁ ସେମାନଙ୍କ ପରିଚିତ ସ୍ୱରୂପ । ସଂସ୍କୃତି ଓ ସମାଜ ଗୋଟିଏ ଜାତିର ଗୁରୁତ୍ୱ ପୁର୍ଣ ବିଭବ । ଦୁହେଁ ପରସ୍ପର ପରିପୂରକ । ସମାଜ ଯଦି ଜାତିର ଶରୀର ହୁଏ, ତେବେ ସଂସ୍କୃତି ହେଉଛି ତାର ଆତ୍ମା । ସମାଜ ଥାଇ ସଂସ୍କୃତିର ପାଳନ ନ କଲେ ସମାଜ ସ୍ଥଗିତ ହୋଇଥାଏ । ଏବଂ ସେହି ଜାତିର ପରିଚୟ ନଷ୍ଟ ହେବାକୁ ଲାଗେ । ଆଦିବାସୀ ଜାତିକୁ ସୁରକ୍ଷିତ ରଖିବା ପାଇଁ ସଂସ୍କୃତିକୁ ସର୍ବଦା ପାଳନ କରିବା ଦାୟିତ୍ୱ ହେଉଛି ଆଦିବାସୀ ସମାଜର । ପରଜା ମାନେ କୋରାପୁଟ ଜିଲ୍ଲାର କୋରାପୁଟ , ନନ୍ଦପୁର , ଲମତାପୁଟ ,ଦଶମନ୍ତପୁର ,ଲକ୍ଷ୍ମୀପୁର ,ଜୟପୁର  , ବୋରିଗୁମା ,ବୈପାରୀ ଗୁଡା ଆଦି ଅଞ୍ଚଳରେ ବାସ କରୁଛନ୍ତି । ମାଲକାନଗିରି ଓ କୁଡ଼ୁମୁଲୁଗୁମା ବ୍ଲକରେ ପରଜା ଆଦିବାସୀ ମାନେ ଦେଖିବାକୁ ମିଳନ୍ତି ।ଏହି ସନ୍ଦର୍ଭରେ ମୁଖ୍ୟତଃ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ  ବସବାସ କରୁଥିବା ପରଜା ମାନଙ୍କର ପରମ୍ପରା ,ସଂସ୍କୃତି ,ପର୍ବ ପର୍ବାଣି ,ଚାଲିଚଳଣି,ବିବାହ ,ପୂଜାବିଧି ,ରୀତିନୀତି କୁ ଆଲୋଚନା କରାଯାଇଛି । ପରଜା ମାଙ୍କର ସାମାଜିକ ଜୀବନ ଆଜି ବିଛିନ୍ନ ।ଦିନ ଥିଲା ଗୋଟିଏ ପର୍ବରେ ପରଜା ମାନେ ଏକାଠି ହୋଇ ଲନ୍ଦା ପିଉଥିଲେ ।ପୁଷ ପୁନେଇଁ ରେ ଚୁଟିଆ ଜୁଗୁଡା ଖାଇ ପରଜା ମାନେ ଅତି ଆନନ୍ଦ ରେ ଜୀବନକୁ ଉପଭୋଗ କରୁଥିଲେ ।ଦକ୍ଷିଣ ଓଡିଶା ରେ ବସବାସ କରୁଥିବା ପରଜା ମାନେ ନିଜର ପରମ୍ପରା ସଂସ୍କୃତି ଐତିହ୍ୟ ,ଚାଲିଚଳଣି ,ଲୋକ ବିଶ୍ୱାସ କୁ କେଉଁ ଆବାହ ମାନ କାଳରୁ ପାଳନ କରିଆସୁଛନ୍ତି ।

Article Details

How to Cite
କୁମୁରା କ., & ତ୍ରିପାଠୀ ଡ. ର. (2022). ପରଜା ପରମ୍ପରା ଓ ସଂସ୍କୃତି ଏକ ସଂକ୍ଷିପ୍ତ ଆକଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/75
Section
Articles