ରାଧାନାଥ ରାୟଙ୍କ କବିତାରେ ଆଦିବାସୀ ଜୀବନର କଥା : ଏକ ଗଭୀର ଅନୁଶୀଳନ

Main Article Content

ସସ୍ମିତା ମୁର୍ମୁ

Abstract

କବିତା ଏକ ସର୍ଜନା । ବିଶେଷ ଅନୁଭବ ଓ ଅନୁଚିନ୍ତାର ଆବେଗପ୍ରବଣ ବାଗମୟ ପରିପ୍ରକାଶ ହେଉଛି କବିତା । କବିତା ତ କବିଙ୍କ ହୃଦୟ ଭୂମିର ଅମଳ । ମଣିଷ ସହିତ ଘନିଷ୍ଠତା ଅତ୍ମୀୟତା ଏବଂ ଅନ୍ତରଙ୍ଗତା ସ୍ଥାପନ କରିବାର ସର୍ବୋକୃଷ୍ଠ  ମାଧ୍ୟମ ହେଉଛି କବିତା । କବିତା ଜୀବନ୍ତ ପେଣ୍ଡୁଳାମ ଟିଏ ପରି ଶବ୍ଦର ସଂଗୀତାବୟବ ଧ୍ୱନି ଓ ଅର୍ଥ ମଧ୍ୟରେ ଚିର ଦୋଳାୟମାନ । ଏକ କୋଟିରେ ତାର ଭାଷାର ଧ୍ୱନି ଛନ୍ଦ ଓ ଯତି ଅନ୍ୟ କୋଟିର ଅର୍ଥ, ଭଵାନୁଭୂତି ଓ ସ୍ମୃତିଚାରଣଦୀ | ଆଧୁନିକ କାଳରେ ରଚିତ ଜିତକବିତାକୁ ଏହାର ବିଷୟବସ୍ତୁ ଅନୁଯାୟୀ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇପାରେ | ଯଥା ଚିନ୍ତମୂଳକ କବିତା, ଭକ୍ତିମୂଳକ କବିତା, ଦେଶପ୍ରେମମୁଳକ, ପ୍ରକୃତିମୂଳକ କବିତା, ସମ୍ବୋଧନ ଗୀତି, ଲଘୁ ବୈଠକି କବିତା, ଶୋକଗୀତି, ଚତୁର୍ଦ୍ବଷ୍ପାଦି କବିତା ଇତ୍ୟାଦି |


62 ପ୍ରକାର ଆଦିବାସୀଙ୍କର ସଭ୍ୟତା, ସଂସ୍କୃତି, ଚାଲିଚଳଣି ମଧ୍ୟରେ ଭିନ୍ନତା ଦେଖାଗଲେ ମଧ୍ୟ କେତକ କ୍ଷେତ୍ରରେ ସମାନତା ପରିଲିକ୍ଷିତ ହୋଇଥାଏ | ଭିନ୍ନ ହେଲେ ହେଁ ସେମାନଙ୍କ ମୂଳ ଭାବସତ୍ତାରେ ସାମ୍ୟ ପରିଲିକ୍ଷିତ ହୋଇଥାଏ | ଜୀବନଧାରଣର ପ୍ରଣାଳୀରେ ଅନେକ ତାରତମ୍ୟ ଲକ୍ଷ୍ୟ କରାଯାଉଥିଲେ ହେଁ, ସାଧାରଣ ବିଚାରରେ ସେମାନଙ୍କ ଆର୍ଥନୀତିକ ସ୍ଥିତି ପ୍ରାୟ ସମାନ | ଏମାନେ ଆଧୁନିକ ସଭ୍ୟତାର ମୁଖ୍ୟ ସ୍ରୋତରେ ବିଶେଷଭାବରେ ସାମିଲ ହୋଇପାରି ନାହାନ୍ତି | ସ୍ୱାଧୀନତା ପରେ ଆଦିବାସୀମାନଙ୍କର ସାମୁହିକ ଉନ୍ନତି ପାଇଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବହୁ ଯୋଜନମାନ ପ୍ରସ୍ତୁତ ହୋଇଅଛି | ଅଧିକାଂଶ ଅଂଚଳରେ ଶତାବ୍ଦୀ ଧରି ଏମାନେ ରହି ଆସିଛନ୍ତି |


ସ୍ଵାଧୀନୋତ୍ତର କାଳରୁ ଉକ୍ତ ସମାଜରେ ବିକାଶ ମାଧ୍ୟମରେ ବହୁ ସାମାଜିକ ଆହ୍ୱାନକୁ ମୁକାବିଲା କରି ସେମାନଙ୍କର  ଉଦ-ବିକାଶ ନିମନ୍ତେ  ଅଦମ୍ୟ ପ୍ରଚେଷ୍ଟା ଆବଶ୍ୟକ ମନେହୁଏ | ନିଜର ସାମାଜିକ ତଥା ସାଂସ୍କୃତିକ ପରିସ୍ଥିତିକୁ ବଜାୟ ରଖି ସଂହତି ମାଧ୍ୟମରେ ଜାତୀୟ ସ୍ରୋତରେ ମିଳିତ ହୋଇପାରିଲେ, ସେମାନଙ୍କ ଜୀବନଧାରା ବିକଶିତ ହୋଇପାରିବ, ଏଥିରେ ସନ୍ଧେହ ନାହିଁ |


ଆଧୁନିକ ଓଡ଼ିଆ କାବ୍ୟର ଜନ୍ମଦାତା, କବ୍ୟପ୍ରଣେତା, ଶ୍ରେଷ୍ଠ କାବ୍ୟକାର କବିବର ରାଧାନାଥ ରାୟ | ସେ ତାଙ୍କ କାବ୍ୟ କବିତାରେ Oଓଡ଼ିଶାର ପ୍ରକୃତି ଚିତ୍ର ବର୍ଣ୍ଣନା କରିବା ସହିତ ବିଭିନ୍ନ ଆଦିବାସୀ ମାନଙ୍କର ଚିତ୍ର ଚରିତ୍ର ମଧ୍ୟ ଜୀବନ୍ତ ଭାବରେ ଅଙ୍କିଛନ୍ତି | ଯାହାକି ଲୋକଲୋଚନରେ ପହଂଚାଇବା ଆମର ପ୍ରୟାସ ଅଟେ |

Article Details

How to Cite
ମୁର୍ମୁ ସ. (2022). ରାଧାନାଥ ରାୟଙ୍କ କବିତାରେ ଆଦିବାସୀ ଜୀବନର କଥା : ଏକ ଗଭୀର ଅନୁଶୀଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/76
Section
Articles

Most read articles by the same author(s)