ଦଳ ସମ୍ପ୍ରଦାୟର ବିବାହ ପ୍ରଥାରେ ପରିବର୍ତ୍ତନ: ଏକ ସ୍ୱତନ୍ତ୍ର ଅଧ୍ୟୟନ

Main Article Content

ଶ୍ରୀ ମହାଦେବ ଭୋଇ

Abstract

ପରମ୍ପରାରେ ସବୁବେଳେ ଧର୍ମ ନିହିତ ହୋଇଥାଏ | ତେଣୁ ମଣିଷ ନିଜର ଜୀବନ ଗତିକୁ ଆଗକୁ ବଢେଇବା ପାଇଁ ଧର୍ମ ର ଆଶ୍ରୟ ନେଇଥାଏ |ଏଣୁ କଥାରେ ଅଛି :- "ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି " (ଓଡ଼ିଆ ଭାଗବତ -୧୦ ମ ସ୍କନ୍ଧ,ଷଷ୍ଠ ଅଧ୍ୟାୟ)|ସମସ୍ତ ଆଦିବାସୀମାନଙ୍କ ପରମ୍ପରା ଭଳି ଦଳ ସମାଜମାନଙ୍କର ପରମ୍ପରା ମଧ୍ୟ ଖୁବ ପ୍ରାଚୀନ ଓ ଚମତ୍କାର ଏବଂ ନୀତି ନିୟମରେ ବ ପାରମ୍ପରିକ ଭାବେ ତାଙ୍କ ପୂର୍ବ ପୁରୁଷାନୁ କ୍ରମେ ଚାଲି ଆସୁ ଅଛି ଏ ଯାଏ |ଏହା କେବେ ବିଚୁତି ହେବାର ପ୍ରଶ୍ନ ନାହିଁ |ସାଧାରଣତଃ ଭାବେ ପରମ୍ପରା କହିଲେ ଆମେ ଏହା ବୁଝୁ ଯେ - ଗୋଟିଏ ଜାତି ତାଙ୍କ ଜୀବନ କାଳରେ ଯେଉଁ ଚାଲି ଚଳଣି ,ବିବାହ ,କର୍ମ ,ଏକାଦଶୀ,ହାଣ୍ଡିପକା,କୁଣ୍ଡ ବରା,ଆଚାର ବିଚାର ବ୍ୟବହାର ,ଗୀତ ନାଚ ,ଯାନୀ ଯାତ୍ରା ବା ପର୍ବ ପର୍ବାଣି ,ନୃତ୍ୟ ବାଦ୍ୟ ,କଳାସ୍ଥାପତ୍ୟ ,ବେଶପୋଷାକ ,କୃଷି ଖାଦ୍ୟପେୟ ଇତ୍ୟାଦିର ସମନ୍ୱୟ କୁ ବୁଝାଏ|ସେମାନେ ତାଙ୍କର ଜୀବନ ଯାତ୍ରା ରେ ଯେଉଁ ସବୁ ବିଧି ବା କର୍ମ ଥାଏ ତାହାକୁ ନେଇ ଏମାନେ ପରମ୍ପରା ଭାବରେ କେଉଁ ଆଦିମ କାଳରୁ ଚାଲି ଆସୁ ଅଛି|ଲୋକ ସଂସ୍କୃତି ର ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି ପରମ୍ପରା ,ଏଥିରେ ଗୋଟିଏ ଜାତିର ସବୁ ଗୁରୁତ୍ୱ ପୁର୍ଣ ଏବଂ ବିଶ୍ୱାସ କୁ ନେଇ ପରିଚାଳିତ |ଏଣୁ ତାଙ୍କ ଜୀବନ କାଳରେ ଯେଉଁ ସବୁ ପରମ୍ପରା ପ୍ରଚଳିତ ତାହାକୁ ଏଠାରେ କେତୋଟି ମୁଖ୍ୟ ପରମ୍ପରା କୁ ନିମ୍ନ ରେ ଉପସ୍ଥାପନା କରିବା |
ତାଙ୍କର ବିବାହ ପ୍ରଥା ଏକ ପ୍ରାଚୀନ ପରମ୍ପରା ସବୁବେଳେ ଦେଖିବାକୁ ମିଳେ ଯେଉଁଠାରେ ନିଜର ପୂର୍ବ ପୁରୁଷଙ୍କ କହିବା ବା ପ୍ରଥାର ମୂଳକୁ ଅନୁସରଣ କରି ଏହି ପ୍ରଥା ବା ପରମ୍ପରା କୁ ଆଗେଇ ନେଇଥାନ୍ତି |
ଆମେ ଜାଣିଛେ ପରମ୍ପରାରେ ଧର୍ମ ନିହିତ ଥାଏ କିନ୍ତୁ ଏହି ଆଦିବାସୀ ମାନଙ୍କର ଏକ ସ୍ୱତନ୍ତ୍ର ପରମ୍ପରା ରହିଥାଏ ଯାହା ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ଥାଏ |

Article Details

How to Cite
ମହାଦେବ ଭୋଇ ଶ. (2023). ଦଳ ସମ୍ପ୍ରଦାୟର ବିବାହ ପ୍ରଥାରେ ପରିବର୍ତ୍ତନ: ଏକ ସ୍ୱତନ୍ତ୍ର ଅଧ୍ୟୟନ . କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/92
Section
Articles