ପଶ୍ଚିମ ଓଡ଼ିଶାର ଆଦିବାସୀ ଜୀବନଧାରା ଓ ଲୋକଗୀତ : ଏକ ସାଂସ୍କୃତିକ ଅଧ୍ୟୟନ
Main Article Content
Abstract
ସଂସ୍କୃତି ପରମ୍ପରାଗତ ଜ୍ଞାନର ଏକ ସଂଗଠିତ ରୂପ | ସମାଜଶାସ୍ତ୍ରୀ A.B. Tylor ମତ ଅନୁସାରେ “Culture is that complex whole, which includes knowledge, belief and moral, law, custom and any other capabilities and habits acquired by man as a member of society, ସଂସ୍କୃତି ଏକ ଜଟିଳ ସମ୍ପୂର୍ଣ୍ଣ ; ଯେଉଁଠି ଜ୍ଞାନ, ବିଶ୍ୱାସ , ରୀତି , ନୀତି , ବିଧି , ନିୟମ , କଳା ତଥା ସାମାଜିକ ପ୍ରାଣୀ ହିସାବରେ ମନୁଷ୍ୟ ଦ୍ୱାରା ଅର୍ଜନ ଅନ୍ୟାନ୍ୟ ଯୋଗ୍ୟତା ଓ ଆଦର୍ଶ ନିହିତ ଥାଏ | ଏହି ଭାବଧାରାରେ ପଶ୍ଚିମ ଲୋକ ଜୀବନରେ ପ୍ରବାହିତ ସଂସ୍କୃତିକ ଧାରା ପ୍ରତି ଦୃଷ୍ଟି ନିବଦ୍ଧ କଲେ ଏହା ଆଦିବାସୀ ସଂସ୍କୃତିର ପରିବର୍ତ୍ତନ ପ୍ରବାହ ବୋଲି ମନେ ହୁଏ | ପଶ୍ଚିମ ଓଡ଼ିଶାର ମାନଚିତ୍ର ଆଙ୍କିଲେ ଏହାର ସାଂସ୍କୃତିକ ସୀମାରେଖା ଭିତରେ କଳାହାଣ୍ଡି , ନୂଆପଡା , ବଉଦରାଜ , ସୁବର୍ଣ୍ଣପୁର , ବଲାଙ୍ଗିର , ବରଗଡ଼ , ସମ୍ବଲପୁର , ଦେବଗଡ , ଝାରସୁଗୁଡା , ସୁନ୍ଦରଗଡ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡ଼ିଭିଜନ ଇତ୍ୟାଦିରେ ରହିଥିବାର ଦେଖାଯାଏ | ଏ ସମସ୍ତ ଜିଲ୍ଲାରେ ପଶ୍ଚିମାଞ୍ଚଳୀୟ ଲୋକଭାଷା ( ସମ୍ବଲପୁରୀ ଓ କୋଶଳୀ )ରେ ଲୋକ ସାଧାରଣ କଥାଭାଷା ହୋଇଥାଆନ୍ତି ଏହି ଭାବର ଆଦାନ ପ୍ରଦାନ ମୁଖ୍ୟତଃ ଏହି ଲୋକଭାଷା ଉପରେ ଆଧାରିତ |ଉପରୋକ୍ତ ଜିଲ୍ଲାଗୁଡିକରେ ବାସ କରୁଥିବା ଅଧିବାସୀଙ୍କ ସାଂସ୍କୃତିକ ଜୀବନ ମଧ୍ୟରେ ଲୋକଗୀତର ଗୁରୁତ୍ୱପୂର୍ଣ ଭୂମିକା ରହିଛି |