ଗୋପୀନାଥ ମହାନ୍ତିଙ୍କ 'ପରଜା' ଉପନ୍ୟାସ ଏକ ଚରିତ୍ରର ଚିତ୍ରଶାଳା

Main Article Content

ରୂପାଧାର ମାଝୀ

Abstract

କଥା ସାହିତ୍ୟର ବିଶିଷ୍ଟ ସାହିତ୍ୟ ସାଧକ ଓ ବିଂଶ  ଶତକର ଅନ୍ୟତମ ପ୍ରଖ୍ୟାତ ଔପନ୍ୟାସିକ , ଗୋପୀନାଥ ମହାନ୍ତି ହେଉଛନ୍ତି ଓଡ଼ିଆ ଉପନ୍ୟାସରେ ନୂତନତାର ବାହକ ଓ ଉପନ୍ୟାସ ସାହିତ୍ୟର ଜଣେ ବରେନ୍ୟ ବ୍ୟକ୍ତିତ୍ୱ | ଗୋପୀନାଥଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ଛାତ୍ର ଜୀବନରୁ , ପ୍ରବନ୍ଧରୁ ଆରମ୍ଭ ହୋଇଥିଲେ ମଧ୍ୟ କବିତା , ନାଟକ , ଗଳ୍ପ ଆଦି ରଚନାରେ ସେ ମନୋନିବେଶ କରିଥିଲେ | ଜୀବନକାଳ ଭିତରେ ସେ ଲେଖିଗଲେ ଦାଦିବୁଢ଼ା , ପରଜା , ଅମୃତର ସନ୍ତାନ , ଶିବଭାଇ , ଅପହଂଚ ,  ଅନାମ ଭଳି ଅନେକ ଉପନ୍ୟାସ | ଜୀବନାନୁଭୂତିର ସାହିତ୍ୟିକ ରୂପଚିତ୍ର ହେଉଛି ତାଙ୍କ ଉପନ୍ୟାସ | ଜୀବନର ବାସ୍ତବିକ ଅନୁଭୂତି ଓ ମଣିଷର ସ୍ୱାଭାବିକ ସହାନୁଭୂତି ତାଙ୍କ ସୃଷ୍ଟିର ବୈଶିଷ୍ଟ୍ୟ | ଆଦିବାସୀ ମଣିଷ ଜୀବନର କଥା ସହିତ ସାମାଜିକ ଶୋଷଣର ଚିତ୍ରଣରେ ଗୋପୀନାଥଙ୍କ ସୃଷ୍ଟି ଭାସ୍ୱର |


'ପରଜା' ଉପନ୍ୟାସ ହେଉଛି ଏକ ଅଶ୍ରଳ ଗୀତିକାବ୍ୟ | ଯୁଗଯୁଗର ଅବହେଳିତ ସମାଜର ଚଳଣି , ବିଶ୍ୱାସ , ସଂସ୍କୃତି , ପରମ୍ପରା ସହ ପରଜା ଗୋଷ୍ଠୀର ଗୋଟାଏ ପରିବାରକୁ ନେଇ ପରିବର୍ତ୍ତିତ ସମୟର ଅଶ୍ରଳ କାହାଣୀକୁ ଗୋପୀନାଥ ମହାନ୍ତି ଏଠାରେ ବର୍ଣ୍ଣନା କରିଛନ୍ତି | ଆଦିବାସୀ ମଣିଷ ଓ ତା'ର ପରିବାର କିପରି , ସରକାରୀ , ଅଧିକାରୀ , ଶୋଷଣକାର , ବ୍ୟଭିଚାରୀ ଓ ସ୍ୱାର୍ଥପର ସାହୁକାରଙ୍କ ଚକ୍ରାନ୍ତ ଦ୍ୱାରା ଶୋଷିତ ହୋଇଛନ୍ତି ତା'ର ଜୀବନ୍ତ ରୂପ ପ୍ରତିଫଳିତ ହୋଇଛି ପରଜା ଉପନ୍ୟାସରେ | ଓଡ଼ିଶାର କୋରାପୁଟ ଜିଲ୍ଲାର ଶରଶୁ ପଦର ଗାଁରେ ବସବାସ କରୁଥିବା ଆଦିବାସୀ ପରଜା ଜାତିର ଶୁକୃଯାନୀ ପରିବାରର ଦୁଃଖଦ କାହାଣୀ ହେଉଛି 'ପରଜା' ଉପନ୍ୟାସ | ଶୁକୃଯାନୀ , ମାଣ୍ଡିଆ , ଟିକ୍ରା , ଜିଲି , ବିଲି , କାଜୋଡି , ନନ୍ଦିବାଲି , ବାଗଲା , ସାହୁକାର , ଜମାନ , କାଉ ପରଜା ଇତ୍ୟାଦି ଚରିତ୍ରକୁ ନେଇ ପରଜା ଉପନ୍ୟାସର ସୃଷ୍ଟି ସମ୍ଭାର | ଉପନ୍ୟାସର ଚରିତ୍ର ଗୁଡିକ ନିଜ ନିଜ ସୁଗୁଣ ସଂପନ୍ନ କରିଛନ୍ତି | ନାରୀ ଚରିତ୍ର ଗୁଡିକ ସ୍ନେହମୟୀ , ପ୍ରେମମୟୀ , ମାତୃତ୍ୱମୟୀ ଗୁଣବତ୍ତାରେ ପରିପୂର୍ଣ୍ଣ | ନିସ୍ଵାର୍ଥ ଭଲପାଇ ଜୀବନ ବଂଚିବାର ଭାବସତ୍ତାରେ ପରିଚାଳିତ ହୋଇଛନ୍ତି ଚରିତ୍ର ଗୁଡିକ | ପୁରୁଷ ଚରିତ୍ର ଗୁଡିକ ସହନଶୀଳ , ନିସ୍ଵାର୍ଥ ପରାୟଣ , ସମଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱରେ ପରିପୂର୍ଣ୍ଣ ଥିବା ବେଳେ କିଛି ଚରିତ୍ର ଶୋଷଣକାରୀ ଓ ସ୍ୱ|ର୍ଥୀ ମଣିଷ ଭାବରେ ପରିଚିତ ମଧ୍ୟ ହୋଇଛନ୍ତି | ଉପନ୍ୟାସରେ ଚରିତ୍ର ଗୁଡିକ ନିଜ ନିଜ ଗୁଣର ଭାବସତ୍ତାରେ କିପରି ଗତିଶୀଳ ହୋଇଛନ୍ତି , ତାହା ହେଉଛି ଆଲୋଚ୍ୟ ଗବେଷଣାର ସାରନିର୍ଯ୍ୟାସ |

Article Details

How to Cite
ମାଝୀ ର. (2023). ଗୋପୀନାଥ ମହାନ୍ତିଙ୍କ ’ପରଜା’ ଉପନ୍ୟାସ ଏକ ଚରିତ୍ରର ଚିତ୍ରଶାଳା. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/94
Section
Articles