ସନ୍ଥକବି ଭୀମଭୋଇଙ୍କ କବିତାରେ ମଣିଷପଣିଆର କଥା :ଏକ ଆଲୋଚନା

Main Article Content

ମାନିନୀ ପ୍ରଧାନ
ଡ଼ ନିବେଦିତା ମହାନ୍ତି

Abstract

ଭୀମଭୋଇ ଥିଲେ ଜଣେ ମାନବ ପ୍ରେମୀ | ବହୁ ଦେଶୀୟ ଭାବ ଚେତନାର ସଂବାହକ | ନବଚେତନାର ଅଗ୍ରଦ୍ଵତ | କୋଟି ଜନତାର ପ୍ରାଣକୁ ସଂଜୀବିତ କରି ପୁଲକିତ କରିବା | ମଧୁର ସଂଗୀତକୁ ମୂର୍ଚ୍ଛନା ଭିତରେ ସମସ୍ତଙ୍କୁ ଆତ୍ମୀୟତାର ସୂତ୍ରରେ ବାନ୍ଧି ରଖିବାର ଥିଲା , ତାଙ୍କ ମହିମା ଧର୍ମର ଆଭିମୁଖ୍ୟ | ଭୀମଭୋଇଙ୍କର ଯେଉଁ ମଣିଷପଣିଆ , ଦରଦୀ ହୃଦୟ ବେଦନା , ଆବେଗ ଅନୁଭବକୁ ସେ କାବ୍ୟରେ ପ୍ରକାଶ କରିଥିଲେ | ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଭୀମଭୋଇ ଥିଲେ , ସତ୍ୟର ସନ୍ଧାନୀ | ସତ୍ୟ ମାଧ୍ୟମରେ ଅସତ୍ୟକୁ , ଆଲୋକ ମାଧ୍ୟମରେ ଅନ୍ଧକାରକୁ ଦୂରୀଭୂତ କରି ସମାଜର ଦୁଃସ୍ଛ ଅବହେଳିତ ଲୋକଙ୍କ ଆଧ୍ୟାତ୍ମିକ ଉଚ୍ଚାରଣ ଥିଲା ଭୀମଭୋଇଙ୍କର କବିତା ଗୁଡିକରେ ମୁଖ୍ୟ ଉଦ୍ଦେଶ୍ୟ |


କୋଟି କୋଟି ଜନତାଙ୍କ ବିକଳ ଦୃଶ୍ୟ ଦେଖି ସେ ନିଜ ହୃଦୟରେ ତାକୁ ସ୍ପର୍ଶ କରିଅଶ୍ର ଝରାଉଥିଲେ , ଜଗତାଂବାସୀଙ୍କ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଥିଲେ | ଜନତା ମାନଙ୍କର ବେଦନା ସହିନପାରି ନିଜ ଜୀବନକୁ ଶୂନ୍ୟ ବ୍ରହ୍ମାଙ୍କ ପାଖରେ ଉତ୍ସର୍ଗ କରିଥିଲେ | ତାଙ୍କ କବିତାରେ ଗୋଟିଏ ପଂକ୍ତି ଜଗତବାସୀଙ୍କ କର୍ଣ୍ଣରେ ପ୍ରେମ ଭରିଥାଏ |


" ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ


ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ | "


( ୧ ) ସ୍ତୁତିଚିନ୍ତାମଣି - ୨୭ ବୋଲି ୭ମପଦ


ଏହିପରି ସେ ଜଗତର ପ୍ରାଣୀମାନଙ୍କର ଯନ୍ତ୍ରଣା ବେଦନା ସହି ପାରୁନଥିଲେ | ଏବଂ ନିଜ ଜୀବନ ପଛେ ନର୍କରେ ପଡିଥାଉ ଜଗତର ଜନତା ଦୁଃଖ ଯନ୍ତ୍ରଣାରୁ ଉଦ୍ଧାର ହୋଇ ଯାଆନ୍ତୁ ବୋଲି ସେ ସଦାସର୍ବଦା ମହିମା ଗୋସାଇଁଙ୍କ ପାଖରେ ନିବେଦନ କରୁଥିଲେ | ସ୍ତୁତିଚିନ୍ତାମଣି , ଶୃତିନିଷେଧ ଗୀତା , ବ୍ରହ୍ମନିରୂପଣ ଗୀତା , ନିର୍ବେଦ ସାଧନ , ଏପରି ଅନେକ କାବ୍ୟ ଓ କବିତା ମଧ୍ୟରେ ମଣିଷକୁ ଭଲପାଇବାର ବର୍ତ୍ତା ଓ ଅପର ପାଇଁ ନିଜ ହୃଦୟରେ ହେଉଥିବା ବେଦନାର କଥା ବର୍ଣ୍ଣନା କରିଛନ୍ତି |

Article Details

How to Cite
ପ୍ରଧାନ ମ., & ମହାନ୍ତି ଡ଼. ନ. (2023). ସନ୍ଥକବି ଭୀମଭୋଇଙ୍କ କବିତାରେ ମଣିଷପଣିଆର କଥା :ଏକ ଆଲୋଚନା. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/95
Section
Articles