ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଆଦିବାସୀ ଜୀବନ ଚିତ୍ର

Main Article Content

ତରୁଣ ସା

Abstract

ଆଦିବାସୀ ଜନ ଜୀବନକୁ ନେଇ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଯେଉଁ ମାନେ ଲେଖନୀ ଚାଳନା କରିଛନ୍ତି ,ସେମାନଙ୍କ ମଧ୍ୟରେ ଗୋପୀନାଥ ମହାନ୍ତି ପ୍ରତିଷ୍ଠିତ |ସେ କର୍ମ ମୟ ଜୀବନର ଅଧିକାଂଶ ସମୟ ଆଦିବାସୀ ମାନଙ୍କ ସହିତ ଅତିବାହିତ କରିଥିବାରୁ ସେମାନଙ୍କ ସହିତ ଏକାତ୍ମ ହୋଇପାରିଛନ୍ତି|ବିଭିର୍ଣ୍ଣ ପର୍ବପର୍ବାଣି, ଯାନିଯାତ୍ରା ,ସାଂସ୍କୃତିକ ପରମ୍ପରା ସହ ସାମିଲ ହେବାର ସୁଯୋଗ ଲାଭ କରିପାରିଛନ୍ତି |ଆଦିବାସୀ ମାନଙ୍କ ସୁଖ-ଦୁଃଖ ,ହସ-କାନ୍ଦ,ଭଲ-ମନ୍ଦର, ପ୍ରତ୍ୟକ୍ଷ ସାକ୍ଷୀ ମଧ୍ୟ ସେ ହୋଇଛନ୍ତି |ଔପନ୍ୟାସିକ ଗୋପୀନାଥଙ୍କ ବହୁ ସମୟ ଆଦିବାସୀଙ୍କ ଗହଣରେ ବିତି ଥିବାରୁ ;ତାହା ତାଙ୍କ ସାହିତ୍ୟ କୃତି ରେ ପ୍ରତିଫଳିତ ହୋଇଛି |ବିଶେଷତଃ ତାଙ୍କ କେତେକ ଉପନ୍ୟାସ ରେ ଆଦିବାସୀଙ୍କ ଜୀବନ ଚିତ୍ର ସୁସ୍ପଷ୍ଟ ହୋଇ ଉଠୁଛି |
ଗୋପୀବାବୁ ଅବହେଳିତ,ନିର୍ଯ୍ୟାତିତ ,ନିଷ୍ପେସିତ ,ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ଏହି ଆଦିବାସୀଙ୍କ ଜୀବନ ଚିତ୍ର କୁ ଆଧୁନିକ ବିଳାସ ବ୍ୟସନ ରେ ଜୀବନ ବଂଚୁଥିବା ସମାଜ ଆଗରେ ଠିଆ କରାଇବା ପାଇଁ ନିଜ ଉପନ୍ୟାସ ମାଧ୍ୟମ ରେ ଚେଷ୍ଟା କରିଛନ୍ତି |ଅର୍ଥାତ ଆଧୁନିକ ତାର କଷଟି ପଥରରେ ଧୀରେ ଧୀରେ ବିଲୁପ୍ତ ହୋଇ ଆସୁଥିବା ଏହି ନିମ୍ନସ୍ତରର ମଣିଷ ମାନକ ଜୀବନ ଶୈଳୀକୁ ଅତି ସରଳ ଭାବେ ସେ ଚିତ୍ରିତ କରି ସେମାନଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ଆଧୁନିକ ସମାଜ ତଥା ସରକାରଙ୍କୁ ପରୋକ୍ଷ ଭାବେ ନିବେଦନ କରିଛନ୍ତି |ଜମିଦାର ,ସାହୁକାର ,ଉଚପଦସ୍ତ ବ୍ୟକ୍ତି ତଥା ଧନୀକ ଶ୍ରେଣୀ ର ଲୋକେ କିଭଳି ଆଦିବାସୀ ଙ୍କ ଉପରେ ଶୋଷଣ ,ଅତ୍ୟାଚାର କରୁଛନ୍ତି ,ସେ ସବୁକୁ ବର୍ଣନା କରିବା ସହିତ ତାର ପ୍ରତିକାର ପାଇଁ ଆଧୁନିକ ସଭ୍ୟତା ପ୍ରାପ୍ତ ମଣିଷ ଙ୍କ ପାଖରେ ପ୍ରଶ୍ନ ଛାଡି ଯାଇଛନ୍ତି |ଔପନ୍ୟାସିକଙ୍କ ଏହି ଭାବକୁ ବୁଦ୍ଧିଜୀବୀ ସମାଜ ମହଲରେ ପରିବେଷଣ କରି ଆଦିବାସୀ ଙ୍କ ଉପରେ ହେଉଥିବା ଜୁଲମକୁ ରୋକିବା ଏବୁଁ ସେମାଙ୍କ ସାମଗ୍ରିକ ଉର୍ନ୍ନତି ର ବିକାଶ କରିବା ପାଇଁ ବାର୍ତା ଦେବା ଏହି ସନ୍ଧର୍ବ ର ସାରା ମର୍ମ |

Article Details

How to Cite
ସା ତ. (2023). ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଆଦିବାସୀ ଜୀବନ ଚିତ୍ର . କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/98
Section
Articles