ମୁକ୍ତି ମାଳା ର ସମାହାର ସାନ୍ତାଳୀ ଢଗଢମାଳି

Main Article Content

ନାକୁ ହାଁସଦା

Abstract

ପୃଥିବୀର ପ୍ରତ୍ୟକ ଭାଷା ର ଆଦିରୂପ ହେଉଛି ତାହାର ଲୋକ ସାହିତ୍ୟ |ଏହି ଲୋକ ସାହିତ୍ୟ ର ଏକ ଅବିଛେଦ ଅଙ୍ଗ ହେଉଛି ସେଥିରେ ପ୍ରଚଳିତ ଢଗଢମାଳି| ଏହାକୁ ସାନ୍ତାଳୀ ଭାଷାରେ କାଥାରେନାଂ ସଣଗା କୁହାଯାଏ |ଏ ହାରି ମାଧ୍ୟମ ରେ ଅତି ଅଳ୍ପ ରେ ଭାବନା କୁ ପ୍ରକାଶ କରିଦେବା ରେ ବକ୍ତା ସକ୍ଷମ ହୋଇଥାଏ |କେବଳ ନିଜ ମନର କଥା ନୁହେଁ ଏଥିରେ ମଧ୍ୟ ସମାଜ ର ପ୍ରତିଛବି ଅଙ୍କିତ ହୋଇଥିବାର ଦୃଷ୍ଟି ଗୋଚର ହୋଇଥାଏ |ତେଣୁ ଏହା ସାହିତ୍ୟ ତଥା ସମାଜର ଏକ ଅମୁଲ୍ୟ ସମ୍ପଦ କହିଲେ ଅତ୍ୟୁକ୍ତି
ହେବ ନାହିଁ |ଅନ୍ୟ ଭାଷା ମାନଙ୍କ ପରି ସାନ୍ତାଳୀ ଭାଷା ରେ ମଧ୍ୟ ଶତଶତ କାଥାରେନାଂ ସଣଗା(ଢଗଢମାଳି ) ରହିଛି ଯାହା ବିଶ୍ୱ ର ସାହିତ୍ୟ ଭଣ୍ଡାର କୁ ସମୃଦ୍ଧି କରିବାରେ ସହାୟକ ହୋଇ ଆସିଛି|କିନ୍ତୁ ପରିତାପର ବିଷୟ ଆଧୁନିକ ଶିକ୍ଷା ର ପ୍ରସାର ଏବୁଁ ସାନ୍ତାଳ ମାନଙ୍କ ଜୀବନ ଯାପନ ଶୈଳୀ ର ପରିବର୍ତ୍ତନ ସହିତ ଏ ସବୁ କ୍ରମଶଃ ଲୋପ ପାଇବାକୁ ଆରମ୍ଭ କରିଛି |ତେଣୁ ବର୍ତ୍ତମାନ ସମୟ ରୁ ଏ ଗୁଡିକ ସଂଗ୍ରହ କରା ନଗଲେ ହୁଏତ ଆଗାମୀ କେତେବର୍ଷ ପରେ ଏହାକୁ ଖୋଜିଲେ ଆଉ ମିଳିବ ନାହିଁ |ସାନ୍ତାଳୀ ଲୋକ ସାହିତ୍ୟ ର ଏହି ଦିଗ ପ୍ରତି ସ୍ୱତନ୍ତ୍ର ଭାବେ ଗବେଷଣା କରା ଯିବାର ଆବଶ୍ୟକତା ରହିଛି |ଏଥିରେ ଯେଉଁ କେତେ ଗୋଟି ଢଗ ଢମାଳି ପ୍ରଦାନ କରାଗଲା ଏହାକେବଳ ନମୁନା ମାତ୍ର |

Article Details

How to Cite
ହାଁସଦା ନ. (2023). ମୁକ୍ତି ମାଳା ର ସମାହାର ସାନ୍ତାଳୀ ଢଗଢମାଳି. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/99
Section
Articles