କନ୍ଧ ସଂପ୍ରଦାୟର ଝାଗିଡ଼ି ପର୍ବ : ଏକ ଅଵଲୋଚନ

Main Article Content

ହୃଷିକେଶ କହଁର

Abstract

ଓଡିଶା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଭାବେ ପରିଚିତ | ଓଡିଶା ସହିତ ଅନେକ ଆଦିବାସୀ ପରମ୍ପରା ଯୋଡି ହୋଇ ରହିଛି | ସଂସ୍କୃତି ବିନା ମଣିଷ ଜୀବନ ଧାରଣ କରିବା ସମ୍ଭବ ନୁହେଁ | ସଂସ୍କୃତି ଓ ମଣିଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ | ପୂର୍ବେ ଆଦିବାସୀମାନେ ନିଜର ପରିବେଶ ଓ ପରିସ୍ଥିତି ବିଷୟରେ ସଚେତନ ନଥିଲେ ହେଁ , ସମ୍ପ୍ରତି କିନ୍ତୁ ଆଦିବାସୀ ଗାଁ ମାନଙ୍କରେ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରୁଥିବା ଦେଖାଯାଏ | ତେଣୁ କୁହାଯାଏ  ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ | ସେମାନେ ହେଉଛନ୍ତି ପ୍ରକୃତିର ଉପାସକ |


ସର୍ବଦା ଗଛ , ପଥର , ପର୍ବତ , ନଦୀ ଓ ସୂର୍ଯ୍ୟଇତ୍ୟାଦି କୁ ସେମାନେ ନିଜର ଦେବତା ରୂପେ ବିଶ୍ୱାସ କରି କେଉଁ ଅବାହମାନକାଳରୁ ପୂଜାକରି ଆସୁଛନ୍ତି | ଠିକ ସେହିପରି ଆଦିବାସୀ ସମାଜରେ ମଧ୍ୟ ତିଥି , ବାର ଓ ନକ୍ଷତ୍ର ଦେଖି ବିଭିନ୍ନ ପ୍ରକାର ପର୍ବ ପାଳନ କରିଥାନ୍ତି | ଯେପରି କୋରାପୁଟ ଜିଲ୍ଲା ପରଜା ଆଦିବାସୀମାନେ 'ଚଇତି ପର୍ବ' , ଗଦବା ଆଦିବାସୀମାନେ 'ବନ୍ଦାପନାପର୍ବ' ଓ 'ପୁଷ୍ପର୍ବ' , | ମୟୁରଭଞ୍ଜ ଜିଲ୍ଲାର ସାନ୍ତାଳ ଆଦିବାସୀମାନେ 'ଟୁସୁ ପର୍ବ' | କେନ୍ଦୁଝର ଜିଲ୍ଲାର ଭୂୟାଁ ଆଦିବାସୀମାନେ 'ମାଘ ପର୍ବ' ଓ 'କରମା ପର୍ବ' | ଗଣ୍ଡ ଆଦିବାସୀମାନେ ;ବୁଢାଦେଓ ପୂଜା' , ସଉରା ଆଦିବାସୀମାନେ 'ଗୁଆର ପର୍ବ' | ମାଲକାନାଗିରି ଜିଲ୍ଲାର ଡିଡ଼ାୟୀ ଜନଜାତିମାନେ ମାଘ ମାସରେ 'ପୁଷ ପର୍ବ ଓ ଚଇତି ପର୍ବ' , ଏବଂ କୋୟା ଆଦିବାସୀମାନେ 'କୁରୁମ ପାଣ୍ଡୁ ପର୍ବ' ଭଳି କନ୍ଧ ଆଦିବାସୀମାନେ ପାଳନ କରୁଥିବା ପର୍ବ ଗୁଡିକ ମଧ୍ୟରୁ 'ଝାଗିଡ଼ି ପର୍ବ' ହେଉଛି ଅନ୍ୟତମ |


ଉକ୍ତ ଆଲୋଚ୍ୟ ବିଷୟ ଟି ହେଉଛି ସଂସ୍କୃତି ଓ ପରମ୍ପରାର ଏକ ମୁଖ୍ୟ ଅଙ୍ଗ | ଏଠାରେ ଉପଲବଧି ହୋଇଥିବା ପର୍ବ ଗୁଡିକ ନିଶ୍ଚିତ ଭାବରେ ଦେଖିଲେ ଜଣାପଡେ ପରିବେଶଗତ ପାର୍ଥକ୍ୟ ଓ ଜାତି ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ | ଏହି ସଂସ୍କୃତି ଓ ପରମ୍ପରା ହିଁ ଏକ ଜାତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ |

Article Details

How to Cite
କହଁର ହ. (2023). କନ୍ଧ ସଂପ୍ରଦାୟର ଝାଗିଡ଼ି ପର୍ବ : ଏକ ଅଵଲୋଚନ. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/101
Section
Articles