ବୌଦ୍ଧ ଜିଲ୍ଲା ର କାନ୍ଧ ଜନଜାତିଙ୍କର ଲୋକ ବିଶ୍ୱାସ : ଏକ ଅନୁଶୀଳନ

Main Article Content

ହୃଷିକେଶ କହଁର

Abstract

ଓଡିଶା  ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ। ଏଠାରେ ୬୨ ପ୍ରକାର ଆଦିବାସୀ ବସବାସ କରୁଛନ୍ତି । ତନ୍ମଧରୁ ୧୩ ଗୋଟି ହେଉଛନ୍ତି ଆଦିମ ଜନଜାତି। ଏମାନଙ୍କ ମଧ୍ୟରୁ କନ୍ଧ ଜନଜାତି ହେଉଛନ୍ତି ଅନ୍ୟତମ । ବୌଦ୍ଧ ଜିଲ୍ଲା  ବ୍ୟତୀତ କନ୍ଧମାଳ ,କୋରାପୁଟ ,ରାୟଗଡା ,ନବରଙ୍ଗପୁର , ମାଲକାନଗିରି ,ସୁନ୍ଦରଗଡ ,ମୟୁରଭଞ୍ଜ ,କେନ୍ଦୁଝର ,କଳାହାଣ୍ଡି ,ନୂଆପଡା ଓ ଗଜପତି ଇତ୍ୟାଦି ଜିଲ୍ଲା ମାନଙ୍କରେ ଏହି ସମ୍ପ୍ରଦାୟ ଆଦିବାସୀ ବସବାସ କରଥାନ୍ତି ।ବୌଦ୍ଧ ଜିଲ୍ଲାର ଲୋକ -ସାଂସ୍କୃତିକ ବିନ୍ୟାସରେ କେତେକ ସ୍ୱାତନ୍ତ୍ର୍ୟ ଉପଲବ୍ଧ ହୁଅ । ଆଲୋଚ୍ୟ ଲୋକ ବିଶ୍ୱାସ ହେଉଛି ସଂସ୍କୃତି ଓ ପରମ୍ପରାର ଏକ ମୁଖ୍ୟ ଅଙ୍ଗ । ହୁଏତ ଓଡିଶାର କନ୍ଧ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରା ସମାନ ଥାଇପାରେ କିନ୍ତୁ ସ୍ଥାନ, କାଳ ଓ ପାତ୍ର ଭେଦରେ ନିଶ୍ଚିନ୍ତ ଭାବରେ ଅନ୍ୟ କନ୍ଧ ଆଦିବାସୀଙ୍କ ଠାରୁ ତାଙ୍କର ଲୋକ ବିଶ୍ୱାସ ସ୍ୱତନ୍ତ୍ର ଓ ଅନନ୍ୟ ।

Article Details

How to Cite
କହଁର ହ. (2022). ବୌଦ୍ଧ ଜିଲ୍ଲା ର କାନ୍ଧ ଜନଜାତିଙ୍କର ଲୋକ ବିଶ୍ୱାସ : ଏକ ଅନୁଶୀଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/72
Section
Articles