ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସ ରେ ଆଦିବାସୀ ଜୀବନ ଚିତ୍ର :ଏକ ଅନୁଶୀଳନ

Main Article Content

ଲଷ୍ମୀପ୍ରିୟା ମଲ୍ଲିକ

Abstract

ଉତ୍କଳ ଜନନୀର ଆଦିମ ସନ୍ତାନ ମାନଙ୍କ ଅକୁହା ଜୀବନର କାହାଣୀକୁ ସର୍ବ ପ୍ରଥମେ ଗୋପୀନାଥ ମହାନ୍ତିଙ୍କ ଲେଖନୀ ମୁନରେ ପ୍ରକାଶ ପାଇଛି |ଆଦିବାସୀ ଉପନ୍ୟାସର ଜନକ ଗୋପୀନାଥ ମହାନ୍ତି ଏ ଜାତିର ଚିର ନମସ୍ୟ |୧୯୭୩ ମସିହାରେ ତାଙ୍କର 'ମାଟି ମଟାଳ' ଉପନ୍ୟାସ ପାଇଁ ସେ ପ୍ରଥମେ ଜ୍ଞାନପୀଠ ପୁରସ୍କାର ବିଜେତା |ସେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବରେ ନୁହେଁ, ଓଡ଼ିଶାର ପ୍ରାଣର ଭାଷାକୁ ,ହୃଦୟର ସ୍ପନ୍ଦନକୁ ବୁଝିପାରୁଥିବା ଦରଦୀ ମଣିଷଟିଏ |ସେ ତାଙ୍କର ଯାଦୁକରୀ ଲେଖନୀ ସ୍ପର୍ଶ ରେ ଜୀବନ୍ତ ରୂପରେଖ ଦେଇ ପ୍ରାନ୍ତୀୟ ଉପନ୍ୟାସ ଠାରୁ ବହୁ ଉର୍ଦ୍ଧରେ ସ୍ଥାପନ କରିଯାଇଛନ୍ତି |ସେ ଦୃଷ୍ଟିରୁ ସେ ହେଉଛନ୍ତି ପୂର୍ଣ୍ଗଙ୍ଗ ଓଡିଶାର ସୁପ୍ରସିଦ୍ଧ ଔପନାସିକ |ଫଳରେ ସୃଷ୍ଟି କରିଗଲେ ଗୋଟିଏ ପରେ ଗୋଟିଏ ଆଦିବାସୀ ଉପନ୍ୟାସ |ଏହି ସନ୍ଧର୍ଭରେ 'ପରଜା ' ଉପନ୍ୟାସ ର ଆଦିବାସୀ ମାନଙ୍କର ବିଭିର୍ନ ସମସ୍ୟାକୁ ଆଲୋଚନା କରାଯାଇଛି |ଏହି ଉପନ୍ୟାସକୁ ପର୍ଯ୍ୟ ଲୋଚନ କରି ଦେଖିବାକୁ ମିଳିଛି ଯେ ଆଦିବାସୀ ମାନେ କିପରି ଭାବରେ ସାହୁକାର ,ମହାଜନ ,ଏଵଂ ଫରେଷ୍ଟ ଗାର୍ଡ ମାନଙ୍କ ଦ୍ୱାରା ଶୋଷିତ ହୋଇଛନ୍ତି ତାହା ଏଠାରେ ବର୍ଣିତ ହୋଇଛି |ତା ସହିତ ସାମାଜିକ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଏଠାରେ ଆଲୋଚନା କରାଯାଇଛି |ଭାରତୀୟ ଉପନ୍ୟାସ ସାହିତ୍ୟରେ 'ପରଜା' ଉପନ୍ୟାସରେ ଆଦିବାସୀ ଜୀବନର ଗଭୀରତମ ଚର୍ଯ୍ୟାଗୀତି ରୂପେ ପରିଚିତ |ବଣ ଜଙ୍ଗଲ ଘେରା ସମୃଦ୍ଧି ଶାଳୀ କୋରାପୁଟ ଜିଲାର ପ୍ରକୁତିର ସୁଷମା ଏଂବୋଉ ଆରଣ୍ୟକ ଜୀବନ ବିତାଉଥିବା ପରଜା ସମାଜର ଖାଦ୍ୟପେୟ ,ନାଚଗୀତ ,ସୁଖଦୁଃଖ ,ଆଶାନିରାଶ ,ହସକାନ୍ଦ, ପର୍ବପର୍ବାଣି ,ଧର୍ମ ବିଶ୍ୱାସ ,ମାନସିକ ଯନ୍ତ୍ରଣା ,ଅର୍ଥନୀତି ,ଶୋଷଣକାରୀ ମାନଙ୍କ ମାର୍ମିକ ଚିତ୍ର ଏହି ଉପନ୍ୟାସ ରେ ଦେଖିବାକୁ ମିଳିଥାଏ |
ମୋଟାମୋଟୀ ଭାବେ ଏସବୁକୁ ଲକ୍ଷ କଲେ ଅନେକ ଆଲୋଚନା ଅପେକ୍ଷା ରଖେ | ସାହିତ୍ୟରେ ସର୍ବଶ୍ରେଷ୍ଠ ଉପାଦାନ ହେଉଛି ଆଜିର ଉପନ୍ୟାସ |ତେଣୁ ଏହି ସନ୍ଦର୍ଭ ତୀର ନାମ କରଣ କରାଯାଇଛି 'ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସ ରେ ଆଦିବାସୀ ଜୀବନ ଚିତ୍ର :ଏକ ଅନୁଶୀଳନ' |


 

Article Details

How to Cite
ମଲ୍ଲିକ ଲ. (2022). ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସ ରେ ଆଦିବାସୀ ଜୀବନ ଚିତ୍ର :ଏକ ଅନୁଶୀଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/56
Section
Articles

Most read articles by the same author(s)