କନ୍ଧ ସମ୍ପ୍ରଦାୟର ଲୋକଦେବତା ଓ ଲୋକବିଶ୍ୱାସ : ଏକ ଅଧ୍ୟୟନ

Main Article Content

ଲଷ୍ମୀପ୍ରିୟା ମଲ୍ଲିକ
ଡ଼କ୍ଟର ରଶ୍ମିତା ତ୍ରିପାଠୀ

Abstract

କନ୍ଧ ଜନଜାତି ହେଉଛି ଓଡ଼ିଶାର ସର୍ବବୃହତ ଆଦିମ ଜନଜାତି ଗୋଷ୍ଠୀମାନଙ୍କ ମଧ୍ୟରୁ ଅନ୍ୟତମ | ଏହି କନ୍ଧ ସମ୍ପ୍ରଦାୟ କୋରାପୁଟ , ମାଲକାନଗିରି ଗଜପତି , ରାୟଗଡା କଳାହାଣ୍ଡି ଜିଲ୍ଲାରେ ବସବାସ କରନ୍ତି | ବିଶେଷ କରି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଏମାନେ ବହୁଳ ଭାବରେ ବସବାସ କରିଥାନ୍ତି | କନ୍ଧମାଳରେ ବସବାସ କରୁଥିବା ସାଧାରଣ ବର୍ଗଙ୍କ ପରମ୍ପରା ଯେମିତି ଭିନ୍ନ ଭିନ୍ନ ଏହି କନ୍ଧ ସଂପ୍ରଦାୟରେ ମଧ୍ୟ ବିଭିନ୍ନ ପ୍ରକାର ଉପଗୋଷ୍ଠୀ ଥିବାର ଦେଖାଯାଏ | କନ୍ଧମାଳର କନ୍ଧଜନଜାତି ସାଧାରଣତଃ ତିନିପ୍ରକାର ଯଥା -  " କୁଟିଆ କନ୍ଧ " , " ଡଙ୍ଗରିଆ କନ୍ଧ " ଓ " ଦେଶିଆ କନ୍ଧ " | ଏହି ଗୋଷ୍ଠୀର ଲୋକେ ଏହି ଜିଲ୍ଲାରେ ବାସ କରନ୍ତି | ସେମାନଙ୍କ ନିଜସ୍ୱ ଚଳଣି ରହିଅଛି | ସେମାନେ କେଉଁ  ଅଦାନି କାଳରୁ ସଭ୍ୟ ସମାଜଠାରୁ ଦୁରେଇ ବଣ ଜଙ୍ଗଲ ଉପତ୍ୟକା ମଧ୍ୟରେ ବାସ କରି ଆସୁଛନ୍ତି | ତେଣୁ ସେମାନେ ସବୁବେଳେ ପ୍ରକୃତି ଉପରେ ବିଶ୍ୱାସ ଓ ଭରସା କରିଥାନ୍ତି | ଯାହାରି ଫଳରେ କି ସେମାନେ କେତେବେଳେ ପ୍ରକୃତିକୁ ପୂଜା କରନ୍ତି , ତ କେତେବେଳେ ପଥରମୁଣ୍ଡିଆକୁ ପୂଜା କରନ୍ତି | ଏହିଭଳି ଭାବରେ କନ୍ଧଜାତିମାନଙ୍କର ବିଶ୍ୱାସ ରହିଛି | ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ଅନେକ ଧାରଣା ଓ ବିଶ୍ୱାସ ନେଇ ଗତି କରନ୍ତି | ସେମାନଙ୍କ ପ୍ରତ୍ୟେକ ପୂଜାପର୍ବ , ଲୋକବିଶ୍ଵାସରେ ଭରି ରହିଛି | ଏହି ସମ୍ପ୍ରଦାୟର ପରମ୍ପରା , ପର୍ବପର୍ବାଣୀରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ |

Article Details

How to Cite
ମଲ୍ଲିକ ଲ., & ତ୍ରିପାଠୀ ଡ. ର. (2023). କନ୍ଧ ସମ୍ପ୍ରଦାୟର ଲୋକଦେବତା ଓ ଲୋକବିଶ୍ୱାସ : ଏକ ଅଧ୍ୟୟନ. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/97
Section
Articles